ଭୁବନେଶ୍ୱର: ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଡ଼ଟ୍ ଫେଷ୍ଟର ଶୁକ୍ରବାର ଥିଲା ଷଷ୍ଠ ଦିନ । ସନ୍ଧ୍ୟା ୭ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖି ପାରିଥିଲା ଭରପୂର ମନୋରଞ୍ଜନ କାର୍ଯ୍ୟକ୍ରମ । ପ୍ରଥମେ ଓଡ଼ିଆ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମଞ୍ଚକୁ ଆସି ଜଗନ୍ନାଥଙ୍କୁ ସ୍ମରଣ କରି ଗୀତ ଗାଇଥିଲେ । ପରେ ମଞ୍ଚକୁ ଓହ୍ଲାଇଥିଲେ ହାସ୍ୟାଭିନେତା ସୁନୀଲ ଗ୍ରୋଭର । ସେ ଡକ୍ଟର ଗୁଲାଟି ଭାବେ ଆସି ଲୋକଙ୍କ ପାଖକୁ ଯାଇ କଥା ହୋଇ ଖୁବ୍ ହସାଇଥିଲେ । ପରେ ଲୋକଙ୍କୁ ଷ୍ଟେଜ ଉପରକୁ ଡ଼ାକି ‘ଆଚ୍ଛା ପତି’ ବାଛିବା ପ୍ରତିଯୋଗିତା କରିଥିଲେ । ଏମିତି କି ମଞ୍ଚରେ ନିଜେ ବାହା ହୋଇଥିଲେ । ଏସବୁ ଦେଖି ଲୋକମାନେ ହସି ହସି ବେଦମ ହୋଇଥିଲେ । ପରେ ଶିଳ୍ପା ରାଓଙ୍କ ସଙ୍ଗୀତ ପରିବେଷଣ ଯୁବବର୍ଗଙ୍କୁ ରୋଚକ ମନୋରଞ୍ଜନ ଭରି ପାରିଥିଲା । ମଂଚରେ ଗାଇବା ସହ ଶିଳ୍ପା ତଳେ ବସିଥିବା ଦର୍ଶକଙ୍କ ପାଖକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ ସମସ୍ତ କଳାକାରଙ୍କୁ ସମ୍ମାନିତ କରିଥିଲେ ।
BREAKING NEWS
- ଇସ୍ରାଏଲକୁ ଆମେରିକାର ବାର୍ଷିକ ସାହାଯ୍ୟ ବନ୍ଦ: ଟ୍ରମ୍ପଙ୍କ ବଡ଼ ଘୋଷଣା
- ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ରୋହିତଙ୍କୁ ଫସାଇଲେ ବିରାଟ କୋହଲି!
- ଦିନେ ଥିଲେ ଡିଜିପି ରେସରେ, ଏବେ ବନ୍ଧା ହେବା ଆଶଙ୍କାରେ ଆଇପିଏସ ସୁଶାନ୍ତ ନାଥ
- ଜନଗଣନା ୨୦୨୭: ଓଡ଼ିଶାରେ ପ୍ରସ୍ତୁତି ଜୋରଦାର, ଆରମ୍ଭ ହେଲା ମାଷ୍ଟର ଟ୍ରେନରଙ୍କ ପ୍ରଶିକ୍ଷଣ
- ପ୍ଲାଷ୍ଟିକ ମୁକ୍ତ ହେବ ଐତିହାସିକ କଟକ ବାଲିଯାତ୍ରା
- ‘ମନ୍ଦିରରେ ପୂଜାରୀମାନେ ଦୁଷ୍କର୍ମ କରନ୍ତି’: ଚର୍ଚ୍ଚାରେ ନେହା ବୋରାଙ୍କ ବୟାନ
- ପର୍ଯ୍ୟଟନ ମାନଚିତ୍ରରେ ଚମକିବ ଛତିଶଗଡ଼, ହେବ ଦେଶର ନମ୍ବର-୧ ପର୍ଯ୍ୟଟନ ସ୍ଥଳ: ଅମିତ ଶାହ
- ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ଫିଟ୍ ଘୋଷିତ
- “୨୪ ଘଣ୍ଟା ବିତିଗଲାଣି ମୋଦି ଜୀ… ଭୟ କରନ୍ତୁ ନାହିଁ”: ଖୋଲା ବିତର୍କ ପାଇଁ ପିଏମଙ୍କୁ ରାହୁଲଙ୍କ ପୁଣି ଥରେ ଚ୍ୟାଲେଞ୍ଜ
- ରଣଜୀ ଟ୍ରଫି: ଆଦିତ୍ୟ, ଅନୁକୂଳଙ୍କ ଦମଦାର ବ୍ୟାଟିଂ; ଓଡ଼ିଶା ବିପକ୍ଷରେ ଝାଡ଼ଖଣ୍ଡର ପ୍ରତ୍ୟାବର୍ତ୍ତନ
Comments are closed.