Latest Odisha News

ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଇଓ ସୀତାରାମ ପାତ୍ରଙ୍କ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

ସୀତାରାମଙ୍କ ଗଞ୍ଜାମ ଜିଲ୍ଲାର ଛତ୍ରପୁର ସରକାରୀ କାର୍ଯ୍ୟାଳୟ ସହ, ବ୍ରହ୍ମପୁରର ୩ଟି ସ୍ଥାନ ରାମକୃଷ୍ଣନଗରରେ ଥିବା ଗୋଟେଏ ଘରେ, ଖୋର୍ଦ୍ଧାସିଂ ଶରଧାବାଲିର ଏକ ଘରେ ଓ କଳିଙ୍ଗନଗରରେ ଥିବା ଏକ ଘରେ ସେହିପରି ଗଞ୍ଜାମର କୋଳିସାହିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି ।

ପୂର୍ବରୁ ସୀତାରାମଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଆଜି ବିଭାଗ ପକ୍ଷରୁ ଏହି ଚଢାଉ କରାଯାଉଛି ।

Comments are closed.