Latest Odisha News

BREAKING NEWS

ଆକ୍ସନ ମୋଡ଼ରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ: ୧୦ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ବୌଦ୍ଧ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍ ଦେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । ୮ଟି ସ୍କୁଲର ୩ ଜଣ ପ୍ରଧାନଶିକ୍ଷକଙ୍କ ସମେତ ୧୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ବିରୋଧରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନେଲେ ଏହି କାର୍ଯ୍ୟାନୁଷ୍ଠାନ ।

ଖବର ମୁତାବକ, ସୂଚନା ନ ଦେଇ ଆଜି ଅଚାନକ ସ୍କୁଲ ଗସ୍ତ କରିଥିଲେ ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ । କାର୍ଯ୍ୟରେ ଅବହେଳା ଓ ବିନା ଅନୁମତିରେ ଅନୁପସ୍ଥିତ ରହିବା ନେଇ ପୂର୍ବରୁ ଜାରି ହୋଇଥିଲା କାରଣ ଦର୍ଶାଅ ନୋଟିସ୍ । ସନ୍ତୋଷଜନକ ଉତ୍ତର ଦେଇନଥିବାରୁ ଗୋଟିଏ ଦିନର ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି ।

୩ ଜଣ ପ୍ରଧାନଶିକ୍ଷକ ଙ୍କ ସମେତ ୧୦ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ହରଭଙ୍ଗା ବ୍ଲକର ଉକ୍ତ ୮ଟି ସ୍କୁଲ ଗୁଡିକ ହେଲା, ବଲଣ୍ଡା, ଖରସଙ୍କୁଲେଇ, ସାକୁସିଙ୍ଗା, କଣ୍ଟିଆ ପଦର, ଝାରଖମନ, ବାହାଲି, ସୁରୁଣ୍ଡି ଓ ଗୋଠାସାହି ସ୍କୁଲ ।

Comments are closed.