Latest Odisha News

BREAKING NEWS

ଶରୀରରେ ରକ୍ତ ଜମାଟ ବାନ୍ଧିବା ଲଙ୍ଗ୍‌ କୋଭିଡ୍‌ ସିଣ୍ଡ୍ରୋମର ମୁଖ୍ୟ କାରଣ ହୋଇପାରେ

ଲଣ୍ଡନ: ଦୀର୍ଘ ସମୟ ଧରି କୋଭିଡ୍‌ ଲକ୍ଷଣ ଥିବା ରୋଗୀମାନଙ୍କଠାରେ ରକ୍ତ ଜମାଟ ବାନ୍ଧିବାର ଅଶଙ୍କା ଅଧିକ ରହିଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ନୂତନ ମାମଲା ସହିତ, ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କ ମଧ୍ୟରେ ଲଙ୍ଗ୍‌ କୋଭିଡ୍‌ ଲକ୍ଷଣ ମାମଲା ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପାଇଁ ନିରନ୍ତର ଚିନ୍ତାର ବିଷୟ ପାଲଟିଛି।

କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ଜାରି ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଲଙ୍ଗ୍‌ କୋଭିଡ୍‌ ସିଣ୍ଡ୍ରୋମ୍‌ ଭାବରେ ଜଣାଶୁଣା। ଏ ସଂକ୍ରାନ୍ତରେ ସମ୍ପ୍ରତି ହୋଇଥିବା ଅନୁସନ୍ଧାନରେ ବୈଜ୍ଞାନିକମାନେ ଲଙ୍ଗ୍‌ କୋଭିଡ ଲକ୍ଷଣର ମୁଖ୍ୟ କାରଣ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି।

ବୈଜ୍ଞାନିକମାନେ କହିଛନ୍ତି ଯେ ଶରୀରରେ ରକ୍ତ ଜମାଟ ବାନ୍ଧିବାର ଅବସ୍ଥା ଲଙ୍ଗ୍‌ କୋଭିଡ୍‌ ସିଣ୍ଡ୍ରୋମର ମୁଖ୍ୟ କାରଣ ହୋଇପାରେ। ଅଧ୍ୟୟନ ସମୟରେ ଲଙ୍ଗ କୋଭିଡ ସିଣ୍ଡ୍ରୋମ ଥିବା ଅଧିକାଂଶ ଲୋକଙ୍କଠାରେ ରକ୍ତ ଜମାଟ ଚିହ୍ନଟ ହୋଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଯେଉଁମାନଙ୍କର ରକ୍ତ ଜମାଟ ବାନ୍ଧିବାର ସମସ୍ୟା ଅଧିକ ରହିଥିଲା ସେମାନଙ୍କଠାରେ ଲଙ୍ଗ୍‌ କୋଭିଡ୍‌ ସିଣ୍ଡ୍ରୋମର ମଧ୍ୟ ଭୟଙ୍କର ହୋଇପାରେ।

ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ନେଗେଟିଭ ରିପୋର୍ଟ ଆସିବା ପରେ ମଧ୍ୟ ଅନେକ ଦିନ ଧରି ଲୋକଙ୍କଠାରେ ଅନେକ ସମସ୍ୟା ରହିଥାଏ। ନିଶ୍ୱାସ ପ୍ରଶ୍ୱାସ, ଥକ୍କା ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗ ସହିତ ଜଡିତ ସମାନ ସମସ୍ୟା ଲଙ୍ଗ୍‌ କୋଭିଡ୍‌ ସିଣ୍ଡ୍ରୋମ ଭାବରେ ଦେଖାଯାଏ। ସୂଚନା ଅନୁଯାୟୀ, ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ଏଭଳି ସମସ୍ୟାର ଶିକାର ହେଉଛନ୍ତି।

Leave A Reply

Your email address will not be published.