Latest Odisha News

BREAKING NEWS

NDA ପରୀକ୍ଷା ଦେଇପାରିବେ ମହିଳା, ସୁପ୍ରିମକୋର୍ଟଙ୍କ ବଡ଼ ଫୈସଲା

ନୂଆଦିଲ୍ଲୀ: ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ (NDA) ପରୀକ୍ଷା ଦେଇପାରିବେ ମହିଳା । ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସେପ୍ଟେମ୍ବର ୫ ତାରିଖରେ ଏନଡିଏ ପରୀକ୍ଷା ରହିଛି । ତାପୂର୍ବରୁ ମହିଳାଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ପୂର୍ବରୁ କେବଳ ପୁରୁଷ ଏହି ପରୀକ୍ଷା ଦେଇ ପାରୁଥିଲେ । ଦୀର୍ଘ ଦିନରୁ ମହିଳାଙ୍କୁ ପରୀକ୍ଷାରେ ସାମିଲ ପାଇଁ ଦାବି ହୋଇ ଆସୁଥିଲା ।

ମହିଳା ଆଗକୁ ଏନଡିଏ ପରୀକ୍ଷା ଦେଇପାରିବେ । କିନ୍ତୁ ଆଡମିସନ୍ ଚୁଡ଼ାନ୍ତ ରାୟ ପରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ମହିଳାଙ୍କୁ ଏନଡିଏ ପରୀକ୍ଷାରେ ସାମିଲ ନକରିବା ନେଇ ଶୁଣାଣି ବେଳେ ସେନାକୁ କଡ଼ା ଭର୍ସନା କରିଛନ୍ତି କୋର୍ଟ । ଦେଶର ସେବା ଓ ଦେଶକୁ ସୁରକ୍ଷା ଯୋଗାଇ ଦେବାରେ ମହିଳାଙ୍କ ଯୋଗଦାନ ନେଇ ସୁପ୍ରିମ ଫୈସଲା ଆସିଛି ।

Leave A Reply

Your email address will not be published.