Latest Odisha News

BREAKING NEWS

ବ୍ରହ୍ମପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗଞ୍ଜାମ: ବ୍ରହ୍ମପୁରର ଖାରବେଳ ନଗର ଅନ୍ତର୍ଗତ ସଦର ପୋଲିସ ବୁଧବାର ଦିନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ଯୁବକର ମୃତ ଦେହ ଉଦ୍ଧାର କରିଛି ।

ମୃତକଙ୍କ ନାମ ପ୍ରଦୀପ ବେହେରା ଓ ସେ ବ୍ରଜନଗର ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ପ୍ରଦୀପ କୌଣସି କାମରେ ଗତକାଲି ରାତିରେ ବାହାରକୁ ଯାଇଥିଲା ବେଳେ ଆଉ ଘରକୁ ଫେରିନଥିଲା । ଅନ୍ୟପକ୍ଷରେ ଆଜି ସକାଳୁ ଜଣେ ମହିଳା ରାସ୍ତାକଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତ୍ୟୁ ଦେହ ପଡିଥିବା ନେଇ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ ।

ସୁତ୍ରରୁ ପ୍ରକାଶ ଯେ ପ୍ରଦୀପଙ୍କ ନାମରେ ଆଗରୁ ଥାନାରେ ବହୁ ସଙ୍ଗୀନ ମାମଲା ରହିଥିବା ବେଳେ ପୂର୍ବ-ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ।  ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିଥିଲା ବେଳେ ହତ୍ୟାକାଣ୍ଡକ଼ୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.