Latest Odisha News

BREAKING NEWS

ଲୋକାର୍ପିତ ହେଲା ଲୌହମାନବଙ୍କ ବିଶାଳ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ : ‘ଲୌହ ମାନବ’ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ‘ଷ୍ଟ୍ୟାଚୁ ଅଫ୍ ୟୁନିଟି’କୁ ଉନ୍ମୋଚନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉନ୍ମୋଚିତ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ପ୍ରତିମୂର୍ତ୍ତି ଆମେରିକାର ନ୍ୟୁୟର୍କସ୍ଥିତ ‘ଷ୍ଟ୍ୟାଚୁ ଅଫ୍ ଲିବର୍ଟି’ ଠାରୁ ୨ଗୁଣ ବଡ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ନର୍ମଦା କୂଳରେ ଅବସ୍ଥିତ କେବଡିଆରେ ପହଞ୍ଚିଥିଲେ । ଏଠାରେ ସେ ‘ ଭ୍ୟାଲି ଅଫ୍ ଫ୍ଲୋବର୍ସ ଉଦଘାଟନ କରିଥିଲେ ।

ପ୍ରତିମା ଉଦଘାଟନ ପରେ ଭାରତୀୟ ବାୟୁସେନା ପକ୍ଷରୁ ‘ଷ୍ଟ୍ୟାଚୁ ଅଫ୍ ୟୁନିଟି’ ଚାରିପଟ ଆକାଶରେ ତରଙ୍ଗ ବିଚ୍ଛୁରଣ କରାଯାଇଥିଲା । ଏହି ଉଦଘାଟନୀ ଉତ୍ସବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ଗୁଜୁରାଟ ରାଜ୍ୟପାଳ ଓପି କୋହଲି ଏବଂ ଅନେକ ବିଜେପି ନେତା ଉପସ୍ଥିତ ରହିଥିଲେ ।

ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଜଣେ ଆଡିସନାଲ ଡିଜି, ଜଣେ ଆଇଜି, ୫ଜଣ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍, ୩୦ ଡିଏସପି, ୬୭ ପୋଲିସ ଇନସପେକ୍ଟର ସମେତ ୩୧୭ ପୋଲିସ ସବ-ଇନ୍ସପେକ୍ଟର ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହିତ ୬ଟି ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ମୁତୟନ କରାଯାଇଥିବା ନେଇ ସୂଚନା ମିଳିଛି ।

ଲୌହମାନବଙ୍କ ଜୟନ୍ତୀ ଅବସରରେ ଉନ୍ମୋଚିତ ହୋଇଥିବା ‘ଷ୍ଟ୍ୟାଚୁ ଅଫ୍ ୟୁନିଟି’ ପ୍ରତିମୂର୍ତ୍ତିକୁ ନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି । ଏହି ବାଲୁକା କଳା ମାଧ୍ୟମରେ ସେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିବାବେଳେ ତାଙ୍କ ବାଲୁକା କଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି ।

Leave A Reply

Your email address will not be published.