Latest Odisha News

BREAKING NEWS

ଆସନ୍ତା କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା : ପର୍ଯ୍ୟଟକଙ୍କ ପାଇଁ  ମୟୁରଭଞ୍ଜ ଜିଲ୍ଲା ସ୍ଥିତ ଶିମିଳିପାଳ ଅଭୟାରଣ୍ୟ ଆସନ୍ତା ନଭେମ୍ବର ୧ରୁ ଖୋଲା ହେବାକୁ ଯାଉଛି ।

ପର୍ଯ୍ୟଟନ ଋତୁକୁ ନଜରରେ ରଖି ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁଯାୟୀ ଚଳିତ ଥର ପିଠାବଟା ଓ କାଳିଆଣି ଦେଇ ମାତ୍ର ୨ଟି ଫାଟକରେ ପ୍ରବେଶ ଅନୁମତି ମିଳିବ ।

ଏଥିସହିତ ପିଠାବଟା ଦେଇ ଦୈନିକ ୨୫ଟି ଚାରିଚକିଆ ଯାନ ପ୍ରବେଶ ଅନୁମତି ଦିଆଯିବା ସହ କାଳିଆଣି ଫାଟକ ଦେଇ ଦୈନିକ ୩୫ଟି ଚାରି ଚକିଆ ଯାନ ପ୍ରବେଶ ଅନୁମତି ମିଳିବ ।

ଅଭୟାରଣ୍ୟରେ ପ୍ରବେଶ ପୂର୍ବରୁ ପର୍ଯ୍ୟଟକ ମାନେ ବିଭିନ୍ନ ନିୟମମାନିବା ସହ ୨ଟି ଫାଟକ କାଉଣ୍ଟରରୁ ସକାଳ ୬ ରୁ ଦିନ ୯ ମଧ୍ୟରେ ପ୍ରବେଶ ପାଇଁ ଟିକେଟ ପାଇପାରିବେ । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପର୍ଯ୍ୟଟକ ମାନଙ୍କୁ ପାଖାପାଖି ୪ଟା ସୁଦ୍ଧା ଅଭୟାରଣ୍ୟ ଛାଡିବାକୁ କଡାକଡି ନିର୍ଦ୍ଦେଶ କରାଯାଇଛି ।

Leave A Reply

Your email address will not be published.