Latest Odisha News

BREAKING NEWS

ପୋଲିସକୁ ଖୋଲା ଚାଲେଞ୍ଜ: ଥାନା ନିକଟରେ ଯୁବକଙ୍କୁ ଗଳାକାଟି ହତ୍ୟା

ପାରାଦୀପ: ପାରାଦୀପ ଆଦର୍ଶ ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ହତ୍ୟାକାଣ୍ଡ । ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହେଲେ ପୋଲିସ ଏହାର ସାମାନ୍ୟ ଟେର ପାଇ ନାହିଁ ।

ପାରାଦୀପ ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛପଟୁ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ନାଁ ଟୁବଲା  ଜେନା  । ଟୁବଲା ଏହି ରେବିକା  ହୋଟେଲରେ ଗତ ୨୫ ଦିନ ହେବ କାମ କରୁଥିଲେ  ।  ତାଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ଗଣ୍ଡାଖିଆ ଲୋକନାଥ ପୁର ଗାଁରେ ବୋଲି ଜଣାପଡିଛି ।  ଗତକାଲି ବିଳମ୍ବିତ ରାତିରେ ଅସହ୍ୟ ଗରମ ଯୋଗୁଁ ଟୁବଲା ଓ ହୋଟେଲର କିଛି କର୍ମଚାରୀ ଟ୍ୟାକ୍ସି ଷ୍ଟାଣ୍ଡର ରେଷ୍ଟ ସେଡରେ ଶୋଇଥିଲେ। ମାତ୍ର ହୋଟେଲ ମାଲିକ ସମସ୍ତଙ୍କୁ ଘରେ ଶୋଇବାକୁ ଡାକିବାରୁ ସମସ୍ତେ ଭତରକୁ ପଳାଇ ଯାଇଥିଲେ  । ହେଲେ ଟୁବୁଲା ରୁମକୁ ଯାଇଥିଲେ ମଧ୍ୟ ପରେ ବାହାରକୁ ଚାଲି ଆସିଥିଲେ । ପରେ ତାଙ୍କୁ କେହି ଗଳାକାଟି ହତ୍ୟା କରିଥିବା  ସନ୍ଦେହ କରାଯାଉଛି ।

ମୃତ ଟୁବୁଲିଙ୍କ ବେକ କଟା ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ରହିଛି ଏବଂ ଏକ ଛୁରୀ ସାହାଯ୍ୟରେ ତାଙ୍କ ମୁହଁ କୁ ବାରମ୍ବାର ଆଘାତ କରାଯାଇଥିବା ଦେଖିବାକୁ ମିଳିଛି। ଏ ନେଇ ହୋଟେଲ ମାଲିକ ଥାନାରେ ଏତଲା ଦେଇଛନ୍ତି । ଆଦର୍ଶ ଥାନା ଅଧିକାରୀ ଓ ପାରାଦ୍ଵୀପ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ କରିବା ସହିତ ସାଇଣ୍ଟିଫିକ ଟିମ୍ କୁ ଡକାଯାଇଛି। ମୃତ ଯୁବକଙ୍କ ପରିବାରକୁ ଖବର ଦିଆଯାଇଛି। ଯୁବକଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ଗୋଟିଏ ସିମ୍ କାର୍ଡ ଜବତ କରିଛି ପୋଲିସ।

ତେବେ ଏଭଳି ହତ୍ୟାକାଣ୍ଡକୁ ନେଇ ସାଧାରଣରେ  ନାନା ପ୍ରଶ୍ନବାଚୀ ଉଠିଛି। ଯୁବକଙ୍କୁ କିଏ ହତ୍ୟା କଲା ଏବଂ କଣ ପାଇଁ ହତ୍ୟା କଲା ତାହାକୁ ନେଇ ପ୍ରଶ୍ନ ଉଠିଛି ।  ପୁଲିସ ରେବିକା ବାରର ପରିଚାଳକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ସବୁଠାରୁ ବଡ କଥା ହେଉଛି,  ଟୁବୁଲୁ  ମାତ୍ର  ୨୫ ଦିନ ହେବ ପାରାଦୀପ ଆସିଥିଲା। ତେଣୁ ଏତେ କମ୍ ଦିନ ଭିତରେ କିଏ କାହିଁକି ମାରିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Comments are closed.