Latest Odisha News

ବାହାରିଲା ଓଜେଇଇ ପରୀକ୍ଷା ଫଳ; ଜାଣନ୍ତୁ, କିଏ ହେଲେ ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ବୈଷୟିକ ଶିକ୍ଷାମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ କରିଛନ୍ତି । । ୫୫୯୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୭୮୩ ଜଣ ପାଇଛନ୍ତି ରାଙ୍କ ।  ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇର୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ,  ବି.ଫାର୍ମାରେ ସୌରଭ କୁମାର ପତି, ଏଲଇ ଫାର୍ମାରେ ଶୁଭଶ୍ରୀ ମହାନ୍ତି, ଏମସିଏ.ଏମଏସସି କମ୍ପ୍ୟୁଟର ସାଇନ୍ସରେ ଅପୂର୍ବ ସୁନ୍ଦର ନାୟକ, ଏମବିଏରେ ସତ୍ୟଜିତ୍ ସାହୁ, ଏମ ଫାର୍ମାରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି ।

ସେହିଭଳି ସିଭିଲି ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ ମହାନ୍ତି, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ବାୟୋଟେକ୍ନୋଲୋଜିରେ ରାହୁଲ ନାୟକ,  ଟେକ୍ସଟାଇଲ ଇଞ୍ଜିନିୟରିଂରେ ଅଙ୍କିତ ସାମଲ,ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ବୈମ୍ୟୋକେଶ କାମିଲା ଟପ୍ପର ହୋଇଛନ୍ତି ।

ସୂଚନାଥାଉ କି, ଗତ ମେ ମାସ ୮ରୁ ୧୫ ତାରିଖ ମଧ୍ୟରେ ଓଜେଇଇ ପରୀକ୍ଷା ହୋଇଥିଲା ।  ରାଜ୍ୟର ୪୪ଟି କେନ୍ଦ୍ର ଓ ରାଜ୍ୟ ବାହାରର ୩ଟି ସହରରେ ୩ଟି ପରୀକ୍ଷା କେନ୍ଦ୍ରରେ ପ୍ରବେଶିକା ପରୀକ୍ଷା ହୋଇଥିଲା । ଏହା ପରେ ଆସନ୍ତା ୨୬ରୁ ୩୦ ମଧ୍ୟରେ ସ୍ପେଶାଲ ଓଜେଇଇ ହେବ । ଜେଇ୍ ମେନ୍ ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀ ସ୍ପେଶିଆଲ ଓଜେଇଇ ପରୀକ୍ଷା ଦେଇ ଇଞ୍ଜିନିୟରିଂ ଆଡମିଶନ କରିପାରିବେ ।
Leave A Reply

Your email address will not be published.