Latest Odisha News

BREAKING NEWS

ମଞ୍ଚ ଉପରେ ଭାଷଣ ଦେଇ ଫେରୁଥିବାବେଳେ ପଡିଗଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ମଞ୍ଚ ଉପରେ ଟଳି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାୟୁସେନା ଏକାଡେମୀର ସମାରୋହ ଅବସରରେ  ମଞ୍ଚ ଉପରେ ଭାଷଣ ଦେଉଥିଲେ ବାଇଡେନ । ହଠାତ୍ ଟଳି ପଡିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି ।

ଗୁରୁବାର ଦିନ କଲୋରାଡୋରେ ଆୟୋଜିତ  ବାୟୁସେନା ଏକାଡେମୀର ସମାରୋହ ଅବସରରେ ଦେଖା ଦେଇଥିଲା ଏପରି ଅଭାବନୀୟ ଘଟଣା ।  ଷ୍ଟେଜ୍‌ ଉପରେ ୮୦ ବର୍ଷିୟ ବାଇଡେନ୍‌ ଡିପ୍ଲୋମା ପ୍ରଦାନ କରିସାରିବା ପରେ ବୁଲିପଡ଼ି ଫେରୁଥିଲେ ।  ମଞ୍ଚ ଉପରେ ଥିବା ବାଲି ବସ୍ତାକୁ ଝୁଣ୍ଟିି ବାଇଡେନ୍ ପଡିଯାଇଥିବା ଜଣାପଡିଛି । ମଞ୍ଚ ଉପରେ ବାଇଡେନ ପୁରା ଆଣ୍ଠେଇ ପଡି ଯାଇଥିଲେ । ତୁରନ୍ତ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ୍‌ ଓ ଜଣେ ବାୟୁସେନା ଅଧିକାରୀ ରାଷ୍ଟ୍ରପତି ବାଇଡେନଙ୍କୁ ଉଠାଇ ଠିଆ କରାଇଥିଲେ  ।

ଉଠିବା ପରେ ବାଇଡେନ ଠିକ ଥିଲେ ଏବଂ ବିନା କାହା  ସହାୟତାରେ  ଚାଲି ଚାଲି ଯାଇଥିଲେ। ଏପରିକି ବାଇଡେନ ସିଧା ଏବଂ ହସି ହସି ଚାଲୁଥିବା ଦେଖିବାକୁ ମିଳିଥିଲା । ବାଇଡେନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ହ୍ୱାଇଟ୍ ହାଉସ୍‌ କମ୍ୟୁନିକେସନ୍ସ ଡାଇରେକ୍ଟର୍‌ ଟୁଇଟ୍‌ କରି କହିଛନ୍ତି  ।  ସେ କହିଛନ୍ତି,  ମଞ୍ଚ ଉପରେ ଭୁଲ୍‌ ସ୍ଥାନରେ ଏକ ବାଲିବସ୍ତା ରଖାଯାଇଥିଲା । ବାଇଡେନ କରମର୍ଦ୍ଦନ କରୁଥିବା ବେଳେ ଗୋଟାଏ ବାଲିବସ୍ତାରେ ଝୁଣ୍ଟି ପଡ଼ିଗଲେ  ।

କାର୍ଯ୍ୟକ୍ରମ ଆରମ୍ଭରେ ରାଷ୍ଟ୍ରପତି କ୍ୟାଡେଟଙ୍କୁ ସମ୍ବୋଧିତ କରିଥିଲେ । ପରେ ପ୍ରମାଣପତ୍ର ବାଣ୍ଟିଥିଲେ । ସେଠାରେ ୯୦ ମିନିଟରୁ ଅଧିକ ସମୟ ବିତାଇବା ପରେ ସେ ନିଜ ଆସନକୁ ଫେରୁଥିବାବେେଳେ ଏପରି ଅଘଟଣ ଘଟିଥିଲା । କୁହାଯାଉଛି, ଟେଲିପ୍ରମ୍ପଟର୍‌ ରଖିବା ନିମନ୍ତେ ମଞ୍ଚ ଉପରେ ଦୁଇଟି ବାଲିବସ୍ତା ରଖାଯାଇଥିଲା।  ଏଠି ମନେପକାଇ ଦେବାକୁ ଚାହିଁବୁ, ୮୦ ବର୍ଷ ବୟସ୍କ ବାଇଡେନ ହେଉଛନ୍ତି ସବୁଠାରୁ ବୟସ୍କ ରାଷ୍ଟ୍ରପତି । ସେ ପୂର୍ବରୁ ଡେଲାବେୟରରେ ବାଇକ ଚଲାଉଥିବା ସମୟରେ ଥରେ ପଡି ଯାଇଥିଲେ । ସିଏନଏନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏୟାରଫୋର୍ସ ଭ୍ୟାନରେ ଚଢୁଥିବାବେଳେ ବାଇଡେନ ସିଢୀରେ ନିୟନ୍ତ୍ରଣ ହରାଇଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.