ହାଇଦ୍ରାବାଦ: ନକ୍ସଲ ବିରୋଧୀ ଅଭିଯାନରେ ତେଲେଙ୍ଗାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ତେଲେଙ୍ଗାନା ପୋଲିସ ପିପୁଲ୍ସ ଲିବରେସନ ଗରିଲା ଆର୍ମି (PLGA- People’s Liberation Guerrilla Army)ର ଶୀର୍ଷ ମାଓ କମାଣ୍ଡର ବର୍ଷା ଦେବା( top Maoist Commander Barsa Deva) ଏବଂ ଅନ୍ୟ ୧୫ଜଣ ମାଓବାଦୀଙ୍କୁ ଗିରଫ କରିଛି।
ସୂତ୍ର ଅନୁଯାୟୀ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମହାରାଷ୍ଟ୍ର ସୀମାନ୍ତ ଜଙ୍ଗଲରେ ଦେବା ଏବଂ ଅନ୍ୟ ୧୫ଜଣ ସଶସ୍ତ୍ର ନକ୍ସଲବାଦୀଙ୍କ ଗତିବିଧି ବିଷୟରେ ସଠିକ୍ ଗୁପ୍ତ ସୂଚନା ଆଧାରରେ, ପୋଲିସ କଡ଼ା ନଜର ରଖିଥିଲା, ଯାହା ଫଳରେ ମାଓବାଦୀ ଧରାପଡ଼ିଥିଲା। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ଗୋଷ୍ଠୀ ଦଣ୍ଡକାରଣ୍ୟ ଅଞ୍ଚଳରେ ସକ୍ରିୟ ଥିଲା ଏବଂ ଗତ କିଛି ବର୍ଷ ଧରି ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇଆସିଥିଲା।
ବର୍ଷା ଦେବାର ପ୍ରୋଫାଇଲ୍ କୁ ଦେଖିଲେ ସେ ଦେଶର ସବୁଠାରୁ ବିପଦପୂର୍ଣ୍ଣ ନକ୍ସଲ ନେତାଙ୍କ ମଧ୍ୟରୁ ମାଡଭି ହିଡମାର ଘନିଷ୍ଠ ସହଯୋଗୀ ରହିଆସିଛନ୍ତି। ହିଡମାକୁ ବସ୍ତର ଅଞ୍ଚଳରେ ମାଓ କାର୍ଯ୍ୟକଳାପର ମାଷ୍ଟରମାଇଣ୍ଡ ବୋଲି କୁହାଯାଇଥିଲା । ହିଡମା ସହିତ, ବର୍ଷା ଅନେକ ବଡ଼ ଅପରେସନ୍ କରିଛନ୍ତି। ଚକିତ କଲାଭଳି କଥା ହେଉଛି, ଦୁଇ ନେତାଙ୍କ ମଧ୍ୟରେ ସମ୍ପର୍କ କେବଳ ସଂଗଠନ ପର୍ଯ୍ୟନ୍ତ ସୀମିତ ନଥିଲା; ଉଭୟ ଛତିଶଗଡ଼ର ସୁକମା ଜିଲ୍ଲାର ଗୋଟିଏ ଗାଁର।