Latest Odisha News

BREAKING NEWS

୨୭ କରୋନା ପଜିଟିଭ ଚିହ୍ନଟ ପରେ ମଞ୍ଚେଶ୍ୱରର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର : ସିଲ୍ ହେଲା ରାଜଧାନୀର ମଞ୍ଚେଶ୍ୱର ଅଂଚଳରେ ଥିବା ବ୍ଲୁ ହ୍ୱିଲ ହସ୍ପିଟାଲ । ସରକାରଙ୍କ କୋଭିଡ୧୯ ଗାଇଡଲାଇନ ଉଲ୍ଲଂଘନ କରିଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହାକୁ ସିଲ୍ କରାଯାଇଛି ।

ଏପର୍ଯନ୍ତ ଏହି ହସ୍ପିଟାଲରୁ ୨୭ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ଟ୍ୱିଟରରେ ସୂଟନା ଦିଆଯାଇଛି । ଏଥି ସହିତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ୨୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ୫, ୭୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୩,୯୮୮ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.