Latest Odisha News

ଦୁଇଶହ ବର୍ଷ ତଳର ଗଛ ପାଇଁ ଡାକ୍ତର

ମୁମ୍ବାଇ: କେବଳ ପୁରୁଣା ସ୍ଥାପତ୍ୟ, ମନ୍ଦିର କଳାକୀର୍ତ୍ତି କି କୋଠାବାଡ଼ି ଐତିହ୍ୟ ନୁହେଁ। ବେଳେ ବେଳେ ଅନେକ ଗଛ ବି ଗୋଟେ ଅଞ୍ଚଳର ଇତିହାସକୁ ମନେରଖିଥାଏ। ବର୍ଷବର୍ଷ ଧରି ରହିଥିବା ଗଛ କେତେବେଳେ ଗୋଟିଏ ଅଞ୍ଚଳ ପାଇଁ ଲ୍ୟାଣ୍ଡମାର୍କ ହୋଇଯାଏ ଜଣାପଡ଼େନାହିଁ। ବିନା ଯତ୍ନରେ ବଢ଼ିବଢ଼ି ଶହେ, ଦୁଇଶହ ବର୍ଷ ପୂରଣ କରିଥିବା ଗଛଗୁଡ଼ିକର ଯତ୍ନ ଆବଶ୍ୟକ। ଏଥିପାଇଁ ବମ୍ବେ ମ୍ୟୁନିସିପାଲ୍ କର୍ପୋରେସନ ପକ୍ଷରୁ ଏଭଳି ଗଛଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି।

ପ୍ରାଥମିକ ଭାବେ ଗଛଗୁଡ଼ିକୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିପାଇଁ ଇଞ୍ଜିନିୟର ଓ ଉଦ୍ଭିଦବିଜ୍ଞାନୀଙ୍କ ଟିମ୍ ଗଠନ କରି କାମ ଆରମ୍ଭ କରିଛି ବମ୍ବେ ମ୍ୟୁନିସିପାଲ କର୍ପୋରେସନ-ବିଏମସି। ଏହି ଟିମ୍ ଶହେ ବର୍ଷରୁ ଦୁଇଶହ ବର୍ଷ ପୁରୁଣା ଗଛର ଚିହ୍ନଟ କରିବ। ସେ ଗଛଗୁଡ଼ିକର ଅବସ୍ଥା କଣ ଅଛି। ଚେର କେତେ ମଜବୁତ୍ ଅଛି। ଚାରିପାଖରେ ମାଟି ଅଛି କି ଦୁର୍ବଳ ହୋଇଯାଇଛି। ସେ ଗଛଗୁଡ଼ିକ ପାଇଁ କିଛି ଔଷଧୀୟ ପ୍ରୟୋଗ ଜରୁରୀ କି ନାହିଁ ଏମିତି ଅନେକ ଦିଗ ପ୍ରତି ଧ୍ୟାନ ଦିଆଯାଉଛି ବୋଲି ବିଏମସି ମେୟର କିଶୋରୀ ପେଦନାକର କହିଛନ୍ତି। ପରେ ଧୀରେ ଧୀରେ ମହାରାଷ୍ଟ୍ରର ଅନ୍ୟ ଅଞ୍ଚଳଗୁଡ଼ିକରେ ଏହି କାମ ଆରମ୍ଭ ହେବ।

ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ହେବା ୫୦ ବର୍ଷ ପାର୍ ହୋଇସାରିଲାଣି। ତେବେ ଏଠାରେ ପ୍ରଶସ୍ତୀକରଣ, ଉନ୍ନତୀକରଣ ନାଁରେ ଅନେକ ଗଛ ବଳି ପଡ଼ିଛି। କେବଳ କାଟିବା ଛଡ଼ା ବିଶେଷ କିଛି କାମ ହୋଇନାହିଁ। ରାଜଧାନୀରେ ବହୁ ପୁରୁଣା ଗଛର ଚିହ୍ନବର୍ଣ୍ଣ ନାହିଁ। ଗଛକୁ ସୌନ୍ଦର୍ଯ୍ୟ ଓ ଐତିହ୍ୟର ପ୍ରତୀକ ଭାବେ ଚିନ୍ତା କରିବା ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଚିନ୍ତା କରିବା ଜରୁରୀ ହୋଇପଡ଼ିଛି। ବିଭିନ୍ନ ସମୟରେ ରାଜଧାନୀରେ ଗଛକାଟକୁ ନେଇ ପରିବେଶପ୍ରେମୀମାନେ ବିରୋଧ କରିଆସିଛନ୍ତି।

Leave A Reply

Your email address will not be published.