Latest Odisha News

BREAKING NEWS

କେରଳରେ ‌ଗୋଟିଏ ଦିନରେ ରେକର୍ଡ ପରିମାଣର ମଦ ବିକ୍ରି

ଥିରୁବନନ୍ତପୁରମ୍‌: କରୋନା ସଂକ୍ରମଣ ଯୋଗୁ ବିଭିନ୍ନ ରାଜ୍ୟ ସରକାର ସ୍ଥିତି ଅନୁଯାୟୀ ଲକ୍‌ଡାଉନ୍‌ ଜାରି କରିଥିଲେ। ଯାହା ଫଳରେ କିଛି ମାତ୍ରାରେ କରୋନା ସଂକ୍ରମଣକୁ ରୋକାଯାଇପାରିବ। ଲକ୍‌ଡାଉନ୍‌ ଅବଧି ମଧ୍ୟରେ ସମସ୍ତ ଦୋକାନ ବଜାର ମଧ୍ୟ ନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଥିଲା।

ତେବେ ନିକଟରେ ବିଭିନ୍ନ ରାଜ୍ୟ ସରକାର କରୋନା କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି। କଟକଣା କୋହଳ ହେଲା ପରେ ଅନ୍ୟ ଦୋକାନ ସମେତ ମଦ ଦୋକାନ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର।

ମଦ ଦୋକାନ ଏବଂ ବାର ଖୋଲିବାକୁ ଅନୁମତି ଦେବା ପରେ ଗୁରୁବାର ଦିନ ରେକର୍ଡ ପରିମାଣର ମଦ ବିକ୍ରି  ହୋଇଛି। (ବେଭ୍‌କୋ) ର ବିଭିନ୍ନ ଆଉଟଲେଟରେ ୫୨ କୋଟି ଟଙ୍କା ମୂଲ୍ୟର ମଦ ବିକ୍ରି ହୋଇଥିବା ରେକର୍ଡ ହୋଇଛି। ସାଧାରଣ ଦିନରେ ଏହାର ହାରାହାରି ବିକ୍ରି ୪୯ କୋଟି ଟଙ୍କା ଯାଏ ରହିଥାଏ।

ବେଭ୍‌କୋର ସାରା ରାଜ୍ୟରେ ମୋଟ ୨୬୫ ଟି ଦୋକାନ ଅଛି। ସେଥିମଧ୍ୟରୁ ୪୦ ଟି ଦୋକାନ ବନ୍ଦ ରହିଛି।

ପାଲକ୍କଡ ଜିଲ୍ଲାର ଥିବା ଏକ ବେଭରେଜ୍ କର୍ପୋରେସନର ଆଉଟଲେଟରେ ରାଜ୍ୟରେ ସର୍ବାଧିକ ୬୯ ଲକ୍ଷ ଟଙ୍କା ମଦ ବିକ୍ରି ହୋଇଥିଲା।

Leave A Reply

Your email address will not be published.