Latest Odisha News

BREAKING NEWS

କରୋନା ସଂକ୍ରମଣ ଭୟ: ରାଜଧାନୀରେ ସ୍ଥିତି ପରଖିଲେ ବିଏମସି କମିଶନର

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରୀ ରାଜ୍ୟକୁ ମାଡି ଆସିଥିବା ବେଳେ ବିଏମସି ପକ୍ଷରୁ ଆଜି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସମ୍ବେଦନଶୀଳ ସ୍ଥାନ ଯଥା ଭୁବନେଶ୍ୱର ରେଳ ଷ୍ଟେସନ ଓ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚି କୋଭିଡ ସ୍ଥିତ ର ଅନୁଧ୍ୟାନ କରିଥିଲେ ।

ରେଳ କର୍ତ୍ତୃପକ୍ଷଙ୍କ ସହ ଆବଶ୍ୟକୀୟ ପଦକ୍ଷେପ ନେଇ ଆଲୋଚନା କରିଥିଲେ । ସମସ୍ତ ଟ୍ରେନ ଯାତ୍ରୀ ମାନଙ୍କ ଉପରେ ନଜର ରଖୁବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ମୁମ୍ବାଇରୁ ଆସୁଥିବା ସମସ୍ତ ଯାତ୍ରୀଙ୍କଠାରେ କରୋନା ଲକ୍ଷଣ କୋଭିଡ ଟେଷ୍ଟ କରାଯିବ । ଦୈନିକ ଥର୍ମାଲ ସ୍କ୍ରିନିଂ ସହ ଆବଶ୍ୟକ ହେଲେ ଆଣ୍ଟିଜେନ୍ ଟେଷ୍ଟ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।

ବିମାନବନ୍ଦରରେ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଅନ୍ୟ ରାଜ୍ୟ ତଥା ବାହାର ଦେଶରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ଯଦି କୌଣସି ଯାତ୍ରୀ ଙ୍କ ପାଖରେ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଆଇସଲେସନରେ ରଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.