Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁୂ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରିଲେ ଶ୍ରେୟାଶ

ପୁଣେ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଶ୍ରେୟାଶ ଓହରିବା ଫଳରେ ଟିମ୍ କମ୍ବିନେଶନରେ ବାଧା ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି । ଏପରି କି ଶ୍ରେୟାଶ ଆଇପିଏଲର କିଛି ମ୍ୟାଚ ମଧ୍ୟ ଖେଳି ନ ପାରନ୍ତି ।

ପ୍ରଥମ ଦିନିକିଆରେ ଜନୀ ବେୟାରଷ୍ଟୋଙ୍କ ଏକ ଶଟ ଅଟକାଇବାକୁ ଯାଇ ସେ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ବାମ କାନ୍ଧ ହାଡ ଖସିଥିବା ରିପୋର୍ଟରେ ଜଣାପଡିଛି । ସେହିପରି ରୋହିତ ଶର୍ମା ମଧ୍ୟ ଦ୍ୱିତୀୟ ଦିନିକିଆ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ସେ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି ।

Leave A Reply

Your email address will not be published.