ଭୁବନେଶ୍ୱର : ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଶୁଭିବନି ଡାଇଲଗ୍ । ଜଳିବନି ଯାତ୍ରା ପେଣ୍ଡାଲର ଝିଲ୍ମିଲ୍ ଆଲୁଅ। ମଞ୍ଚରେ ଦେଖିବାକୁ ଆଇଟମ୍ ଡ୍ୟାନ୍ସ । କାରଣ ଏଥର ଏଥର ଖଣ୍ଡଗିରି ଯାତ୍ରା ଓ ମେଳାକୁ ନାଁ କହିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ବିଧି ରଖିବା ପାଇଁ ପୂଜା କରାଯିବ। ବିଏମସିର ଏଭଳି ଘୋଷଣା କଳାକାର, ଯାତ୍ରା ପାର୍ଟି ମାଲିକ ଓ ଆୟୋଜକଙ୍କୁ ନିରାଶ କରିଛି ।
ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ୧୫ ଦିନ ଧରି ଯାତ୍ରା ପାର୍ଟି ନାଟକ ପରିବେଷଣ କରିଥାନ୍ତି। ମେଳାରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ ହେବା ସାଙ୍ଗକୁ ଯାତ୍ରା ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଥାଏ । କିନ୍ତୁ ମହାମାରୀ କରୋନା ପାଇଁ ମେଳା ଓ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଥିଲା । କିନ୍ତୁ ଏଥର ଖଣ୍ଡଗିରି ମେଳାରେ ଭିଡକୁ ନଜରରେ ରଖି କଟକଣା ଲଗାଇଛି ବିଏମସି । ମେଳା ସାଙ୍ଗକୁ ଯାତ୍ରା ପରିବେଷଣ କରିବାକୁ ମନା କରିଦେଇଛି ବିଏମ୍ସି।
ପୂର୍ବରୁ କମିଶନର କହିଥିଲେ ୫୦% ଦର୍ଶକରେ ଯାତ୍ରାକୁ ଅନୁମତି ଦିଆଯାଇପାରିବ। ହେଲେ ଏଥିରେ ଯାତ୍ରା ପାର୍ଟି ମାଲିକମାନେ ରାଜି ହୋଇନଥିଲେ।
Comments are closed.