Latest Odisha News

BREAKING NEWS

ବିଏମ୍‌ସିକୁ ସବୁଜ ସଙ୍କେତ, କୁକୁର ବନ୍ଧ୍ୟାକରଣ ଉପରୁ ରହିତାଦେଶ ଉଠାଇଲେ ହାଇକୋର୍ଟ

ଭୁବନେଶ୍ବର: ଖୁବ୍‌ଶୀଘ୍ର ଆରମ୍ଭ ହେବ କୁକୁର ବନ୍ଧ୍ୟାକରଣ ଅସ୍ତ୍ରୋପଚାର । ଏନେଇ ସୋମବାର ବିଏମ୍‌ସିକୁ ସବୁଜ ସଙ୍କେତ ଦେଇଛନ୍ତି ହାଇକୋର୍ଟ । କୁକୁର ବନ୍ଧ୍ୟାକରଣ ଉପରେ ଥିବା ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ରାଜ୍ୟରେ ପ୍ରାଣୀ ବନ୍ଧ୍ୟାକରଣ କମିଟି ଗଠନ ହେବା କଥା । କିନ୍ତୁ ଓଡିଶାରେ ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ଠିକ୍‌ ତଥା ସୁରକ୍ଷିତ ଭାବେ ହେଉ ନ ଥିବା ଅଭିଯୋଗ କରି ଆଇନଜୀବୀ ବିଶ୍ୱଜିତ୍‌ ପ୍ରଧାନ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ ।

ମାମଲାର ପ୍ରାରମ୍ଭିକ ଶୁଣାଣି କରି, ଗତ ଜୁଲାଇ ୬ ତାରିଖରେ କୁକୁର ବନ୍ଧ୍ୟାକରଣ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ତେଣୁ ଗତ ଜୁଲାଇ ମାସରୁ ବିଏମସି ଅଞ୍ଚଳରେ ବନ୍ଧ୍ୟାକରଣ ବନ୍ଦ ରହିଥିଲା । ହେଲେ ସହରରେ ଦିନ କୁ ଦିନ ବୁଲା କୁକୁରଙ୍କ ଉପଦ୍ରବ ବଢି ଚାଲିଥିବାବେଳେ ଲୋକଙ୍କ ଅସନ୍ତୋଷକୁ ଦେଖି ବିଏମ୍‌ସି ନିଜଆଡୁ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି ।

ସୋମବାର ମାମଲାର ଶୁଣାଣି କରି ହାଇକୋର୍ଟ ପୁଣିଥରେ ଏବିସି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ବିଏମସିକୁ ସବୁଜ ସଙ୍କେତ ଦେଇଛନ୍ତି । ଏନେଇବି ଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.