Latest Odisha News

BREAKING NEWS

ସାଂଘାତିକ ପ୍ରଦୂଷଣ ସ୍ଥିତିରେ ଓଡ଼ିଶାର ୬ ସହର: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀ ପରେ ଏବେ ଓଡିଶାରେ ବୃଦ୍ଧି ପାଉଛି ପ୍ରଦୁଷଣ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ରାଜ୍ୟର ଅନେକ ସ୍ଥାନର ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଦେଶର ୧୬ଟି ସହରର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । ସେଥିମଧ୍ୟରେ ରହିଛି ଓଡିଶାର ୬ଟି ସହର ।

ଦିଲ୍ଲୀ ତୁଳନାରେ ଅନୁଗୁଳର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ବର୍ତ୍ତମାନ ବାୟୁପ୍ରଦୂଷଣ ମାତ୍ରା ଦିଲ୍ଲୀରେ ୩୪୫ ରହିଥିବା ବେଳେ, ଅନୁଗୁଳରେ ୩୫୨ ରହିଛି । ସେହିପରି କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିବା ବେଳେ ବାଲେଶ୍ୱରରେ ୩୩୪, ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି । ରାଇରଙ୍ଗପୁରରେ ପ୍ରଦୂଷଣ ମାତ୍ରା ୩୦୦ ଏବଂ ବଡ଼ବିଲରେ ୨୯୨ ରହିଛି, ଯାହା ସାଂଘାତିକ ସ୍ଥିତି ବୋଲି କୁହାଯାଉଛି ।

AQI କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ । ବିଗତ ସପ୍ତାହେ ହେଲା ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ଅଧିକାଂଶ ସହର ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପରିଣାମ ଅଧିକ ସାଂଘାତିକ ସ୍ତର ଆଡ଼କୁ ଗତି କରୁଛି । ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତାସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି ।

Leave A Reply

Your email address will not be published.