Latest Odisha News

BREAKING NEWS

ରାଜଧାନୀରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ହଟାଯାଇଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀ ସୁସ୍ଥ ହେବା ପରେ ଏହି ସବୁ ଅଂଚଳରୁ କଣ୍ଟେନମେଣ୍ଟକୁ ହଟାଯାଇଛି । ମାତ୍ର ଆଗାମୀ ସାତ ଦିନ ଯାଏଁ ଏହି ସବୁ ଅଂଚଳ ଉପରେ ନଜର ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

ରାଜ୍ୟର ସର୍ବାଧିକ କରୋନା ପଜିଟିଭ ରୋଗୀ ଭୁବନେଶ୍ୱରରୁ ହୋଇଥିବାରୁ ସଂକ୍ରମଣ ଭୟରେ ଏହି ସବୁ ଅଂଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.