Latest Odisha News

ଦୋଳ ପୂର୍ଣ୍ଣିମା କଟକଣା: ବିମାନ ଯାତ୍ରାରେ ୬ ଜଣଙ୍କୁ ଅନୁମତି, ଶୋଭାଯାତ୍ରା ଓ ସାଉଣ୍ଡ ସିଷ୍ଟମ୍ ମନା

ଭୁବନେଶ୍ୱର: କୋଭିଡ୍ କଟକଣା ଭିତରେ ଏବର୍ଷ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ପାଳନ ହେବ ଦୋଳ ପୂର୍ଣ୍ଣିମା ଓ ହୋଲି ଉତ୍ସବ । ଦୋଳ ବିମାନ ଧରିବା ପାଇଁ ସର୍ବାଧିକ ୬ଜଣ ବ୍ୟକ୍ତିଙ୍କୁ ଅନୁମତି ମିଳିଛି । ଯାତ୍ରାରେ ସାମିଲ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରୀ । ଦୋଳ ବିମାନ ଶୋଭାଯାତ୍ରା ଉପରେ କଟକଣା ଜାରି ହୋଇଛି । ଦୋଳ ବିମାନ ଗଲାବେଳେ ବାଜି ପାରିବନି ବାଦ୍ୟଯନ୍ତ୍ର । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ସେହିପରି ମେଲଣ ପଡ଼ିଆରେ ୫୦ରୁ ୬୦ ଜଣଙ୍କ ସମାଗକୁ ଅନୁମତି ଦିଆଯାଇଛି । ଏନେଇ ଆୟୋଜକ ସୁନିଶ୍ଚିତ କରିବେ । ମେଲଣ ପଡିଆରେ ୬ ଫୁଟ୍ ଦୂରତା ବଜାୟ ରଖିବେ । ସେଠାରେ କୌଣସି ଯାତ୍ରା, ଅପେରା କିମ୍ବା ମୀନା ବଜାର ପଡ଼ିବ ନାହିଁ ।

ଦୋଳ ପୂର୍ଣ୍ଣିମା ପାଇଁ ଆୟୋଜକ ବିଏମସିଠାରୁ ଲିଖିତ ଅନୁମତି ଆଣିବେ । ଯେଉଁଥିରେ ମେଲଣ ପଡ଼ିଆ ସ୍ଥାନ ଓ ଲୋକଙ୍କ ସମାଗମ ବିବରଣୀ ଦେବେ । କେତୋଟି ଦୋଳ ବିମାନ ଆସିବ ସେସମ୍ପର୍କରେ ତଥ୍ୟ ଦେବେ । କୋଭିଡ୍ କଟକଣାରେ ମନ୍ଦିରରେ ପାଳନ ହେବ ନୀତିକାନ୍ତି । ସେଠାରେ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି ।

Leave A Reply

Your email address will not be published.