Latest Odisha News

BREAKING NEWS

ଶ୍ରୋତାଙ୍କୁ ବାନ୍ଧି ରଖିଲା ସୋହିନୀ ବସୁଙ୍କ ନଜରୁଲ ଗୀତି

ଭୁବନେଶ୍ୱର : ଭୁବନେଶ୍ୱର ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ‘ସମର୍ପଣ’ର ଦ୍ଵିତୀୟ ସନ୍ଧ୍ୟାରେ ପାରମ୍ପରିକ ସୁଫି କଲାମ ଓ କାଜି ନଜୁରୂଲ ଇସଲାମଙ୍କ ଦ୍ୱାରା ରଚିତ ନଜରୁଲ ଗୀତି ଶ୍ରୋତାଙ୍କୁ ବାନ୍ଧି ରଖିଥିଲା।

ସନ୍ଧ୍ୟାର ପ୍ରଥମ ପରିବେଷଣ ଜନାବ ଅଲ୍ଲୀ ଭାରତୀଙ୍କ ଦ୍ୱାରା ପାରମ୍ପରିକ ସୁଫି କାଲାମ ପରିବେଷଣରୁ ଆରମ୍ଭ ହୋଇଥିଲା। ତାଙ୍କ ସହ ହିତେଶ ମିଶ୍ର ଗିଟାରରେ ଓ କୁମାର ଜେନା ତବଲାରେ ଯୋଗ ଦେଇଥିଲେ।

ଡକ୍ଟର ସୋହିନୀ ବସୁଙ୍କ ନାଜରୁଲ ଗୀତି ଶ୍ରୋତାମାନଙ୍କୁ ଆଧ୍ୟାତ୍ମିକ ଓ ରୋମାଣ୍ଟିକ ମିଜାଜକୁ ନେଇ ଯାଇଥିଲା। ତାଙ୍କ ସହ ତବଲାରେ ଡକ୍ଟର ତାପସ ପାଲ, ହାର୍ମୋନିୟମରେ ପିଣ୍ଟୁ ରାୟ, ଗିଟାରରେ ଭବତୋଶ ମହାନ୍ତି ଏବଂ ତାନପୁରାରେ ଚନ୍ଦନ ଭଟ୍ଟାଚାର୍ଯ୍ୟ।ଥିଲେ।

ଏହି ଅବସରରେ ମିନାକ୍ଷୀ ମିଶ୍ର, ସିନ୍ଧୁବାଳା ଚୌଧୁରୀ ଓ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା ଉପସ୍ଥିତ ଥିଲେ। ମୀରା ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ।

Leave A Reply

Your email address will not be published.