Latest Odisha News

BREAKING NEWS

ବିଏମସି ଅଫିସରଙ୍କୁ ମାଡ ଘଟଣା; ବିଜେପିରୁ ୫ଙ୍କୁ ନିଲମ୍ବନ କଲେ ରାଜ୍ୟ ସଭାପତି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (BMC) ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ବିଜେପି । ୫ ଜଣଙ୍କୁ ଦଳରୁ ନିଲମ୍ବନ କଲେ ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କଲେ ରାଜ୍ୟ ସଭାପତି ।

ସେମାନେ ହେଲେ କର୍ପୋରେଟର ଅପରୂପ ରାଉତ, ରଶ୍ମିରଞ୍ଜନ ମହାପାତ୍ର ଓ ଦେବାଶିଷ,ଦେବାଶିଷ ପ୍ରଧାନ, ଶଚିକାନ୍ତ ସ୍ବାଇଁ ଓ ସଂଜୀବ ମିଶ୍ରଙ୍କୁ ନିଲମ୍ବନ କରାଯାଇଛି ।

ସୂଚନାଯୋଗ୍ୟ, ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁ ନିଜ କାମରେ ବ୍ୟସ୍ତ ଥିବା ବେଳେ ତାଙ୍କୁ ୪ ରୁ ୬ ଜଣ ଯୁବକ ଆସି ଆକ୍ରମଣ କରିଥିଲେ । ସାର୍ଟ କଲର ଧରି ଘୋଷାଡି ଘୋଷାଡି ନେବା ସହ ଗୋଇଠା ମାଡ ମାରି ଗାଳି ଗୁଲଜ କରିଥିଲେ । ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ତେବେ କାହିଁକି ଉକ୍ତ ଯୁବକ ମାନେ ଏପରି କାଣ୍ଡ ଘଟାଇଲେ ତାହାର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି ।

ଅନ୍ୟପଟେ, ଆଜି କଳାବ୍ୟାଜ୍ ପିନ୍ଧି ବିଏମସି କର୍ମଚାରୀ ପ୍ରତିବାଦ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି । ଅଫିସକୁ ଆସିଥିଲେ ବି କାର୍ଯ୍ୟରେ ସାମିଲ ହୋଇନାହାନ୍ତି । ଏନେଇ କମିଶନର କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ହେବ ।

Comments are closed.