Latest Odisha News

BREAKING NEWS

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିଛି । ଏ ନେଇ ସାଧାରଣଲୋକ ଅସନ୍ତୋଷ ବ୍ୟକ୍ତ କରିବାରରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ‘ହାଇକୋର୍ଟଙ୍କ ରାୟ ଆସିବା ଯାଏଁ ପୁରୁଣା ଦରରେ ଟିକସ ଆଦାୟ ହେବ । ‘

ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସକୁ ନେଇ କରଦାତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଦଳର ପ୍ରମୁଖ ନେତାମାନେ ସାମିଲ ହୋଇଥିଲେ। ବିଏମସି ତା’ର ନିଷ୍ପତ୍ତିକୁ ବଳପୂର୍ବକ ଭାବରେ ସହରବାସୀଙ୍କ ଉପରେ ଲଦୁଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.