Latest Odisha News

BREAKING NEWS

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୧ ବଖରା ଘର 

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୧ ବଖରା ଘର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଦକ୍ଷିଣବାଡ ପଞ୍ଚାୟତ କହରାପୋଖରୀ ସ୍ଥିତ ମୁଣ୍ଡାସାହିରେ ଅଗ୍ନିକାଣ୍ଡ ଘଟିଛି । 

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଭଣ୍ଡାରିପୋଖରୀରୁ ଦମକଳ ଗାଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇନଥିଲା । 

କେବଳ ଘର ନୁହେଁ ଘର ସହ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ସ୍ଥିତି କିପରି ନିୟନ୍ତ୍ରଣ ହେବ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.