Latest Odisha News

BREAKING NEWS

‘ମୋନ୍ଥା’ ମୁକାବିଲା ପାଇଁ ପ୍ରସ୍ତୁତ ବିଏମସି, ଆପଦକାଳୀନ ସମୟରେ ୧୯୨୯ରେ କଲ କରିବାକୁ ପରାମର୍ଶ..

ଭୁବନେଶ୍ବର: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ । ଏହି ସମୟରେ ରାଜଧାନୀରେ ‘ମୋନ୍ଥା’ର ମୁକାବିଲା ପାଇଁ ବିଏମସି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବା ସମୟରେ ପବନ ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବା ବେଳେ ଝଟକା ପବନ ୧୧୦ କିଲୋମିଟର ଯାଏ ବଢିପାରେ । ପ୍ରବଳ ବର୍ଷା, ପବନ ଯୋଗୁଁ ବହୁ ଗଛ ଭାଙ୍ଗିଯିବା ସହ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଗଛ କାଟିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀମାନେ ପୁରା ସଜାଗ ରହିଥିବା କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ ।

ମେୟର କହିଛନ୍ତି ଯେ, ଆପଦକାଳୀନ ସମୟରେ ୧୯୨୯ରେ କଲ କରିବାକୁ ପରାମର୍ଶ ରହିଛି । ସ୍ଥାନୀୟ କର୍ପୋରେଟର୍‌ ମାନଙ୍କର ମଧ୍ୟ ସହଯୋଗ ନେଇପାରିବେ । ଏନେଇ ସୂଚନା ଦେଇଛନ୍ତି ମେୟର ସୁଲୋଚନା ଦାସ ।

Comments are closed.