ଭୁବନେଶ୍ୱର: ଭୁବନେଶ୍ୱରରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ବିଏମସି ପକ୍ଷରୁ ଶୁକ୍ରବାର ଦିନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ଜାରି କରାଯାଇଛି।
ବିଏମସିର ସୂଚନା ଅନୁଯାୟୀ, ରାଜ୍ୟ ସରକାର ଅନୁମତି ଦେବା ପରେ ଡିସେମ୍ବର ୧୫ ରେ ସମସ୍ତ ଧାର୍ମିକ ଅନୁଷ୍ଠାନର ଷ୍ଟେକହୋଲଡର ମାନଙ୍କ ସହ ବୈଠକ ହୋଇଥିଲା। ବୈଠକ ପରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ ଅନୁଯାୟୀ ବିଏମସି ଅଧୀନରେ ଥିବା ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ପର୍ଯ୍ୟାୟ କ୍ରମେ ପୁଣି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି।
ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ବ୍ୟତୀତ ଭୁବନେଶ୍ୱର ଅନ୍ୟ ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକ କୋଭିଡ-୧୯ ଗାଇଡ ଲାଇନ କଡାକଡି ପାଳନ ସହିତ ଜାନୁଆରୀ ୩ ରୁ ଖୋଲାଯିବ।
Comments are closed.