Latest Odisha News

BREAKING NEWS

ବିହାରରୁ ଦିଲ୍ଲୀ ୧୧ ଦିନରେ ୧୦୦୦ କି.ମି. ସାଇକଲ ଯାତ୍ରା, କାହିଁକି ଜାଣନ୍ତୁ

୬୦ ବର୍ଷର ସତ୍ୟଦେବ ମାଞ୍ଝିଙ୍କ ମନୋବଳକୁ ମାନିବାକୁ ପଡିବ । ଏଇ ବୟସରେ ସେ ସାଇକଲରେ ଯାତ୍ରା କରିଛନ୍ତି, ୮-୧୦ କି.ମି. କି ୨୦-୨୫ କିମି ନୁହେଁ । ଏହି ବୃଦ୍ଧ ଜଣକ ୧ ହଜାର କିମିରୁ ଅଧିକ ଯାତ୍ରା କରିଛନ୍ତି । ବିହାରର ସିୱାନ ଜିଲ୍ଲାରୁ ସେ ଆସିଛନ୍ତି ଦିଲ୍ଲୀ । ଏଥିପାଇଁ ତାଙ୍କୁ ଲାଗିଛି ୧୧ ଦିନ ।

୧୧ ଦିନ ସାଇକଲରେ ୧ ହଜାରରୁ ଅଧିକ କିଲୋମିଟର ସାଇକଲ ଯାତ୍ରା କରି ଦିଲ୍ଲୀ ଆସିଛନ୍ତି ସତ୍ୟଦେବ । କାରଣ କଣ ଜାଣିଛନ୍ତି ? ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଯୋଗ ଦେବାକୁ ସେ ଆସିଛନ୍ତି । କେନ୍ଦ୍ର ସରକାରଙ୍କ ୩ଟି କୃଷି ନିୟମକୁ ଚାଷୀ ବିରୋଧୀ କହି ଏହି ୩ ଆଇନକୁ ପ୍ରତ୍ୟାହାର କରିବା ପାଇଁ ମୋଦି ସରକାରଙ୍କୁ ଅନୁରୋଧ କରିଛନ୍ତି ସତ୍ୟଦେବ । ଚାଷୀ ଆନ୍ଦୋଳନ ନ ସରିବା ଯାଏ ସେ ଘରକୁ ଫେରିବେ ନାହିଁ ବୋଲି କହିଛନ୍ତି ।

ଦିଲ୍ଲୀ ହରିୟାଣୀ ସୀମା ସିଙ୍ଘୁରେ ଚାଲିଛି ଚାଷୀଙ୍କ ଆନ୍ଦୋଳନ । ନଭେମ୍ବର ୨୬ରୁ ଏହି ଆନ୍ଦୋଳନ ଚାଲିଛି । କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ଏମାନେ ଦାବି କରିଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ବାରମ୍ବାର ଆଲୋନଚା ପରେ ମଧ୍ୟ ସମାଧାନର ରାସ୍ତା ବାହାରି ନାହିଁ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆଜି କହିଛନ୍ତି, ଚାଷୀ ଆନ୍ଦୋଳନକୁ ବିରୋଧୀ ଉସୁକାଉଛନ୍ତି । ଏହି ଆଇନ ଜରିଆରେ ମୋଦି କ୍ରେଡିଟ୍ ନେଇ ଯିବେ ବୋଲି ଆଶଙ୍କା କରି ବିରୋଧୀ ଏପରି କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସେପଟେ ଆଇନ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଅଡି ବସିଛନ୍ତି ଚାଷୀମାନେ । ଉଭୟ ପକ୍ଷ ମଧ୍ୟରେ ଖୁବ ଶୀଘ୍ର ପୁଣି ଥରେ ବୈଠକ ବସିପାରେ ।

Leave A Reply

Your email address will not be published.