Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ବିରାଟ ଓ ଅନୁଷ୍କାଙ୍କୁ ଆମନ୍ତ୍ରଣ କଲେ ବ୍ରେଟ୍ ଲି

ନୂଆଦିଲ୍ଲୀ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କୁ ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ଆମନ୍ତ୍ରଣ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ଏହା ସହ ବ୍ରେଟ୍ ଲି କହିଛନ୍ତି, ମିଷ୍ଟର କୋହଲୀଙ୍କୁ ସ୍ବାଗତ କରିବା ପାଇଁ ଅଷ୍ଟ୍ରେଲିଆବାସୀ ଆଗଭର । ବ୍ରେଟ୍ ଲି କହିଛନ୍ତି, ଯଦି କୋହଲୀ ଚାହିଁବେ ଅଷ୍ଟ୍ରେଲିଆରେ ତାଙ୍କ ଶିଶୁକୁ ଜନ୍ମ ଦେବା ପାଇଁ, ତେବେ ଆମେ ସ୍ବାଗତ କରିବୁ ।

ଯଦି ପୁଅ ହେଲା ଭଲ, ଝିଅ ହେଲେ ଆହୁରି ଭଲ ବୋଲି କହିଛନ୍ତି ବ୍ରେଟ୍ ଲି । ବିରାଟ କୋହଲୀ ଏବେ ଆଡିଲେଡ୍ ଟେଷ୍ଟ ଖେଳୁଛନ୍ତି । ପିଙ୍କ ବଲରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଟେଷ୍ଟ ସରିବା ପରେ ବିରାଟ ଭାରତ ପ୍ରତ୍ୟାବର୍ତ୍ତନ କରିବେ ।

ଆସନ୍ତା ମାସରେ ଅନୁଷ୍କା ଶର୍ମା ଶିଶୁକୁ ଜନ୍ମ ଦେଇପାରନ୍ତି । ଅନୁଷ୍କା ଏବେ ମୁମ୍ବାଇରେ ତାଙ୍କ ପିତାମାତାଙ୍କ ସହ ରହୁଛନ୍ତି । ନିକଟରେ ଅନୁଷ୍କା କହିଥିଲେ, ମୋ ମା’ କହିଥିଲେ, ଯେତେବେଳେ ମା’ ହୋଇଥାଅ, ସେତେବେଳେ ବିନା ସ୍ବାର୍ଥରେ ପ୍ରେମ କରିବା ଶିଖିଥାଅ । ବର୍ତ୍ତମାନ ଏହି କଥା ସତ ଲାଗୁଛି ।

Leave A Reply

Your email address will not be published.