Latest Odisha News

BREAKING NEWS

ରାଜଧାନୀରୁ ଆଉ ୧୧୨୦ ସଂକ୍ରମିତ ଚିହ୍ନଟ, ଆକ୍ଟିଭ୍ କେସ୍ ୧୨ ହଜାର ପାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଦୈନିକ ସଂକ୍ରମଣ ମାମଲା ୧୧ ଶହ ପାର୍ କରିଛି । ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ୧୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨୮ ଜଣ ସୁସ୍ଥ ହୋଇଛନ୍ତି । ଚିହ୍ନଟ ୧୧୨୦ ସଂକ୍ରମିତଙ୍କ ମଧ୍ୟରୁ ୧୫୯ଟି କ୍ୱାରେଣ୍ଟାଇନ୍ କେସ୍ ହୋଇଥିବା ବେଳେ ୯୬୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

କ୍ୱାରେଣ୍ଟାଇନ୍ ମାମଲା ମଧ୍ୟରୁ ସର୍ବାଧିକ ୫୪ ଜଣ ସଂକ୍ରମିତ ପଟିଆ ଅଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ଡୁମୁଡୁମା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଖଣ୍ଡଗିରିରୁ ୪୩ ଜଣ, ନୟାପଲ୍ଲୀ ଓ ଓଲ୍ଡ ଟାଉନରୁ ୪୨ ଜଣ ଲେଖାଏଁ ଆକ୍ରାନ୍ତ, ବଡ଼ଗଡ଼ରୁ ୩୯ ଜଣ, ଲକ୍ଷ୍ମୀସାଗରରୁ ୩୪ ଜଣ, ଝାରପଡ଼ାରୁ ୨୬ ଜଣ, ଚନ୍ଦ୍ରଶେଖରପୁରରୁ ୨୫ ଜଣ, ମଞ୍ଚେଶ୍ୱରରୁ ୨୪ ଜଣ, ନୀଳାଦ୍ରୀ ବିହାରରୁ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ୧୧୨୦ ସଂକ୍ରମିତଙ୍କ ମିଶାଇ ବିଏମସି ଅଞ୍ଚଳରୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୫ ହଜାର ୬୯୪କୁ ବୃଦ୍ଧି ପାଇଛି । ୫୨ ହଜାର ୮୩୯ ଜଣ ସଂକ୍ରମିତ ସୁସ୍ଥ ହୋଇ ସାରିଥିବା ବେଳେ ୩୦୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ବିଏମସି ଅଞ୍ଚଳରେ ୧୨ ହଜାର ୫୩୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.