Latest Odisha News

BREAKING NEWS

ପୁଣି ୫ ଦିନ ପରେ ଭୁବନେଶ୍ୱରରେ ୧୧ ଶହ ଟପିଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ୫ ଦିନର ବ୍ୟବଧାନ ପରେ ବିଏମସି ଅଞ୍ଚଳରେ ଦୈନିକ ସଂକ୍ରମଣ ମାମଲା ପୁଣି ଥରେ ୧୧ ଶହ ଟପିଛି । ଆଜି ଭୁବନେଶ୍ୱରରୁ ୧୧୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବିଏମସି ସୂଚନା ଦେଇଛି ।

ଓଲ୍ଡ ଟାଉନରୁ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆ ଅଞ୍ଚଳରୁ ୬୪ ଜଣ, ନୟାପଲ୍ଲୀରୁ ୫୩ ଜଣ, ବଡ଼ଗଡ଼-ଝାରପଡ଼ା-ଡୁମୁଡୁମାରୁ ୩୭ ଜଣ ଲେଖାଏଁ, ଖଣ୍ଡଗିରିରୁ ୩୫ ଜଣ, ସୁନ୍ଦରପଦାରୁ ୩୨ ଜଣ, ଚନ୍ଦ୍ରଶେଖରପୁରରୁ ୨୫ ଜଣ, ଲକ୍ଷ୍ମୀସାଗରରୁ ୨୪ ଜଣ, ପୋଖରୀପୁଟରୁ ୨୨ ଜଣ, ଶୈଳଶ୍ରୀ ବିହାରରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବିଏମସ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ୮୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ହଜାର ୬୪୯କୁ ବୃଦ୍ଧି ପାଇଥିବା ବେଳେ ୨୯୯ ଜଣଙ୍କ ମୃତ୍ୟୁ ହୋଇଛି । ୫୧ ହଜାର ୫୬ ଜଣ କରୋନାକୁ ମାତ୍ ଦେଇଛନ୍ତି । ଏବେ ରାଜଧାନୀରେ ୧୨ ହଜାର ୨୭୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave A Reply

Your email address will not be published.