Latest Odisha News

BREAKING NEWS

ଆଜି ବି ୧୧ ଶହ ପାର୍, ରାଜଧାନୀରୁ ଆଉ ୧୧୮୬ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୧ ଶହ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜଧାନୀରୁ ୧୧୮୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪୪ଟି ସ୍ଥାନୀୟ ସଂକ୍ରମଣ ମାମଲା ଆସିଛି ।

କ୍ୱାରେଣ୍ଟାଇନ୍ ମାମଲା ମଧ୍ୟରୁ ସର୍ବାଧିକ ୮୬ ଜଣ ସଂକ୍ରମିତ ଝାରପଡ଼ା ଜେଲରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଓଲ୍ଡ ଟାଉନରୁ ୬୪, ସହିଦନଗରରୁ ୪୫, ନୟାପଲ୍ଲୀରୁ ୩୯, ଡୁମଡୁମାରୁ ୩୫, ଶୈଳଶ୍ରୀ ବିହାରରୁ ୨୫, ନିଳାଦ୍ରୀ ବିହାରରୁ ୨୫, ପାତ୍ରପଡ଼ାରୁ ୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୧୦୪୧ ଜଣ ସୁସ୍ଥ ହୋଇଛନ୍ତି । ବିଏମସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୬ ହଜାର ୮୮୦କୁ ବୃଦ୍ଧି ପାଇଛି । ୩୦୭ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫୩ ହଜାର ୮୮୦ ଜଣ କୋଭିଡ୍ ଆକ୍ରାନ୍ତ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ଏବେ ରାଜଧାନୀରେ ୧୨ ହଜାର ୬୭୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Leave A Reply

Your email address will not be published.