Latest Odisha News

କରୋନା ସଂକ୍ରମଣ ରୋକିବାକୁ ୩-ଏସ୍ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଚେନ୍ କୁ ଗାଁ ଅଞ୍ଚଳରେ ରୋକିବା ପାଇଁ ୱାଇ.ଏସ୍.ଡି (YSD)ର ‘୩-ଏସ୍’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରେ ସଚେତନ, ସତର୍କତା ଓ ସହଭାଗିତାକୁ ଗୁରୁତ୍ଵ ଦିଆଯାଇଛି । ହେମଗିରି, ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଅଞ୍ଚଳରେ ବଢୁଥିବା ସଂକ୍ରମଣକୁ ଆଖି ଆଗରେ ରଖି ୱାଇ.ଏସ୍. ଡି.ଏନ୍ ଜିଓ ପକ୍ଷରୁ ୩-ଏସ୍ ଅଭିଯାନ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମ ମାଧ୍ୟମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟ ରହିଛି ।

ସେହିଭଳି କୋଭିଡ଼-୧୯ ଲକ୍ଷଣ ଦେଖା ଗଲେ ପରୀକ୍ଷା କରିବା, ଡାକ୍ତର ପରାମର୍ଶ ନେବା ଓ ଚିକିତ୍ସା କରାଇବା । ରାଜ୍ୟ ଓ ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କୁ ପଞ୍ଜୀକରଣ କରିବା ଓ ଲକ୍ଷଣ ଥିଲେ ସଙ୍ଗରୋଧରେ ରଖିବା, ପରୀକ୍ଷା କରାଇବା, ଗାଁରେ ବନ୍ଦକୁ କଡାକଡି ଭାବେ ପାଳନ କରିବା । ପ୍ରତ୍ୟେକ ଲୋକଙ୍କୁ ଟୀକାକରଣ ପାଇଁ ପ୍ରୋତ୍ସାହିତ କରିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଂକ୍ରମଣରୁ ରକ୍ଷା କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ରହିଛି । ଏହି ଅଭିଯାନ ମାଧ୍ୟମରେ ଗାଁର ପ୍ରତ୍ୟେକ ବ୍ୟକ୍ତି, ଗୋଷ୍ଠୀ, ଜନପ୍ରତିନିଧି, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏ.ଏନ୍.ଏମ୍, ଗାଁ କଲ୍ୟାଣ ସମିତିରୁ ନେଇ ସଂକ୍ରମଣକୁ ରୋକିବା ପାଇଁ ମିଳିମିଶି କାର୍ଯ୍ୟ କରିବ ।

ଏହି କାର୍ଯ୍ୟକ୍ରମ ହେମଗିରି ବ୍ଲକର ୩୭ ଗାଁରେ ପ୍ରଥମ ଦଫାରେ ଖଣି ପ୍ରଭାବିତ ଅଞ୍ଚଳରେ ଆରମ୍ଭ କରାଯାଇଛି । ପ୍ରାୟ ୪ଟି ଗ୍ରାମପଞ୍ଚାୟତରେ ୩୦୦୦ ପରିବାରକୁ ସଚେତନ କରାଯାଇଛି। ପରବର୍ତ୍ତୀ ସମୟରେ ସମସ୍ତ ଗ୍ରାମ ପଞ୍ଚାୟତରେ ଏହାକୁ ସାମିଲ୍ କରାଯିବା ଲକ୍ଷ୍ୟ ରଖାଯାଇଛି।
ଏହି ଅଭିଯାନକୁ ୩୭ ଗାଁରେ ୩୭ ଜଣ ସ୍ଵେଚ୍ଛାସେବୀ ଘର ଘର ବୁଲି ଜନସାଧାରଣଙ୍କୁ କୋଭିଡ଼-୧୯ ସମ୍ପର୍କ ନେଇ ସଚେତନ କରାଉଛନ୍ତି।

Leave A Reply

Your email address will not be published.