Latest Odisha News

BREAKING NEWS

ବିଏମସି ଅଞ୍ଚଳରୁ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୫୪୮ଟି ଲୋକାଲ୍ କେସ୍

ଭୁବନେଶ୍ୱର: ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଦିନକୁ ଦିନ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିଛି । ଅନ୍ୟପଟେ ଦୈନିକ ସଂକ୍ରମଣ ମାମଲା ଭିତରୁ ୭୦ ପ୍ରତିଶତ ଲୋକାଲ୍ କେସ୍ ରହୁଛି । ଗତ ୨୪ ଘଣ୍ଟାରେ ରାଜଧାନୀରେ ୬୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୫୦ଟି କେସ୍ କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୫୪୮ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଲୋକାଲ୍ କେସ୍ ମଧ୍ୟରୁ ନୟାପଲ୍ଲୀ ଅଞ୍ଚଳରୁ ସର୍ବାଧିକ ୪୩ଟି ମାମଲା, ଓଲ୍ଡ ଟାଉନରୁ ୩୨, ପଟିଆରୁ ୨୯, ଚନ୍ଦ୍ରଶେଖରପୁରରୁ୨୮, ବରମୁଣ୍ଡାରୁ ୨୪, ଖଣ୍ଡଗିରି ଓ ଝାରପଡ଼ାରୁ ୧୭ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ମୀସାଗରରୁ ୧୬, ରସୁଲଗଡ଼ରୁ ୧୫, ୟୁନିଟ୍-୬ରୁ ୧୪ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି ।

ଏଥିସହ ବିଏମସି ଅଞ୍ଚଳରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩୮ ହଜାର ୪୯୨କୁ ବୃଦ୍ଧି ପାଇଥିବା ବେଳେ ୪ ହଜାର ୪୧୭ଟି ମାମଲା ସକ୍ରିୟ ରହିଛି । ଗତ ୨୪ ଘଣ୍ଟାରେ ୩୧୬ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ୩୩ ହଜାର ୮୦୩କୁ ବୃଦ୍ଧି ପାଇଛି । ଏଯାବତ୍ କରୋନାରେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.