Latest Odisha News

BREAKING NEWS

ଗଣେଶଙ୍କ ପୂଜାରେ ବ୍ୟବହାର ହୁଏ ନାହିଁ ତୁଳସୀ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଗଣେଶଙ୍କୁ ଅଗ୍ରପୂଜ୍ୟ ଭାବେ ବିବେଚନା କରାଯାଏ । ହିନ୍ଦୁଶାସ୍ତ୍ର ଅନୁଯାୟୀ, ବର୍ଷର ପ୍ରଥମ ପୂଜା ଗଣେଶଙ୍କର ହୋଇଥାଏ । ଏହାପରେ ଅନ୍ୟ ଦେବାଦେବୀଙ୍କ ପୂଜା ଆରମ୍ଭ ହୋଇଥାଏ । ହେଲେ ଆପଣ ଜାଣିଛନ୍ତି କି ଗଣେଶଙ୍କ ପାଖରେ ତୁଳସୀ ପୂଜା କରାଯାଏ ନାହିଁ ।

ତେବେ ଆସନ୍ତୁ ଜାଣିବା ଏହାର ପୌରାଣିକ କାରଣ ..

ହିନ୍ଦୁଧର୍ମର ପବିତ୍ର ବୃକ୍ଷରୁପରେ ତୁଳସୀକୁ ବିବେଚନା କାରାଯାଏ । ଓଡ଼ିଆ ଜାତିର ମଉଡ ମଣି ଶ୍ରୀଜଗନ୍ନାଥଙ୍କ ମଥାରେ ତୁଳସୀ ନଚଢ଼ିଲେ ତାଙ୍କ ପୂଜା ସମ୍ପୂର୍ଣ୍ଣ ହୁଏ ନାହିଁ। ତେବେ କାହିଁକି ଗଣେଶଙ୍କ ପୂଜାରେ ବ୍ୟବହାର ହୁଏ ନାହିଁ ତୁଳସୀ ଜାଣନ୍ତୁ…

ପୌରାଣିକ କଥାବସ୍ତୁ ଅନୁଯାୟୀ, ତୁଳସୀ ବିଷ୍ଣୁଙ୍କର ଥିଲେ ପରମ ଭକ୍ତ। ଏକଦା ଗଣେଶ ଧ୍ୟାନମଗ୍ନ ଥିବାବେଳେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ। ଗଣେଶଙ୍କ ରୂପରେ ବିମୋହିତ ହୋଇ ତୁଳସୀ ଗଣେଶଙ୍କ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ।

ମାତ୍ର ପ୍ରଭୁ ଗଣେଶ ନିଜକୁ ଆଜନ୍ମ ବ୍ରହ୍ମଚାରୀ କହି ଦେବୀ ତୁଳସୀଙ୍କ ଏହି ପ୍ରସ୍ତାବରେ ରାଜି ନହେବା ସହ ତୁଳସୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ।ଏକଥା ଦେବୀ ତୁଳସୀଙ୍କୁ ଖୁବ୍ ବାଧିଥିଲା। ଗଣେଶଙ୍କ ପ୍ରତ୍ୟାଖ୍ୟାନକୁ ସହ୍ୟ ନକରି କରିପାରି ତୁଳସୀ ଗଣେଶଙ୍କୁ ଅଭିଶାପ ଦେଇଥିଲେ ।ତୁଳସୀ ରାଗିଯାଇ ଗଣେଶ ନିଜ ଇଚ୍ଛା ବିରୁଧରେ ୨ଟି ବିବାହ କରିବେ ବୋଲି ଅଭିଶାପ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହାଫଳପ୍ରଦ ମଧ୍ୟ ହୋଇଥିଲା । ତେବେ ଗଣେଶଙ୍କ ପ୍ରତ୍ୟାଖ୍ୟାନ ଯୋଗୁଁ ସେବେଠାରୁ ତୁଳସୀ ତାଙ୍କ ପୂଜାରେ ଲାଗନ୍ତି ନାହିଁ ବୋଲି ପୌରାଣିକ ବିଶ୍ୱାସ ରହିଛି ।

Leave A Reply

Your email address will not be published.