Latest Odisha News

ୟୁଏଇରେ ଟି୨୦ ବିଶ୍ୱକପ କରିବା ନେଇ ଆଇସିସିକୁ ବିଧିବଦ୍ଧ ଭାବେ ଜଣାଇଲା ବିସିସିଆଇ

ନୂଆଦିଲ୍ଲୀ: ୟୁଏଇରେ ଭାରତ ବିଶ୍ୱକପ ଆୟୋଜନ କରିବ ବୋଲି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ଜଣାଯାଇଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହା ଗଣମାଧ୍ୟମ ଆଗରେ ଏହା ସ୍ପଷ୍ଟ କରିଛନ୍ତି । ବିିସିସିଆଇ ଏ ନେଇ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲକୁ ସୋମବାର ପତ୍ର ଲେଖି ଜଣାଇଦେଇଛି । ଭାରତରେ ବିଶ୍ୱକପ ଆୟୋଜନ ହେବା ନେଇ କିଛି ଦିନ ହେବ ଦ୍ୱନ୍ଦ୍ୱ ଲାଗି ରହିଥିଲା ।

ପୂର୍ବରୁ ବିସିସିଆଇ ୟୁଏଇରେ ଆଇପିଏଲର ବଳକା ମ୍ୟାଚ କରିବା ନେଇ ଘୋଷଣା କରି ସାରିଛି । ଆଇପିଏଲର ଗତ ସଂସ୍କରଣ ୟୁଏଇରେ ସଫଳତାର ସହ ଆୟୋଜନ ହୋଇଥିବାରୁ ବିସିସିଆଇ ଏଥିନେଇ ସନ୍ତୁଷ୍ଟ ଥିଲା । ବିଶ୍ୱକପ ପୂର୍ବରୁ ଆଇପିଏଲର ୩୧ ମ୍ୟାଚ ଏଠାରେ ଖେଳାଯିବ ।

Leave A Reply

Your email address will not be published.