Latest Odisha News

BREAKING NEWS

ଦଳେଇ ଘାଇରେ ବିପଦ ସଂକେତ ଟପିଲା

ଜଗତସିଂହପୁର: ଦଳେଇ ଘାଇରେ ବିପଦ ସଂକେତ ଟପିଲା ଦେବୀ ନଦୀ । ଏଠାରେ ବିପଦ ସଂକେତ ୫୭ ଫୁଟ୍ ରହିଥିବା ବେଳେ ଏବେ ଏଠାରେ ୫୭.୧୦ ଫୁଟରେ ଜଳ ପ୍ରବାହିତ ହେଉଛି ।

ସେହିପରି ମାଛ ଗାଁରେ ମଧ୍ୟ ବିପଦ ସଂକେତ ଟପିଛି ଦେବୀ ନଦୀ । ଏଠାରେ ବିପଦ ସଂକେତ ୧୩ ଫୁଟ ଥିବା ବେଳେ ଏବେ ୧୪.୪୦ ଫୁଟ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି ।

ସୂଚନାଯୋଗ୍ୟ ଯେ, ମହାନଦୀରେ ଜଳପତ୍ତନ ବୃଦ୍ଧି ପରେ ଜଗତସିଂହପୁର ଦେଇ ପ୍ରବାହିତ ହୋଇଥିବା ଏହାର ଶାଖା ନଦୀରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଛି ।

Leave A Reply

Your email address will not be published.