Latest Odisha News

BREAKING NEWS

କରୋନା ସଂକ୍ରମଣରେ ବିଏମସି ଅଧିକାରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଦକ୍ଷିଣ ପୂର୍ବ ଜୋନ୍ ୱାର୍ଡ ନଂ-୪୫ର ଅଧିକାରୀ ବିଶ୍ୱଜିତ ମାନ୍ନାଙ୍କର ମୃତ୍ୟୁ ଘଟିଛି । ଯିଏକି ଗତ ସେପ୍ଟେମ୍ବର ୧୭ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ସୂଚନାନୁଯାୟୀ ଦକ୍ଷିଣ ପୂର୍ବ ଜୋନାଲ ଡେପୁଟି କମିଶନର ଏସମ୍ପର୍କରେ ବିଏମସି କମିଶନରଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ବିଶ୍ୱଜିତଙ୍କୁ କୋଭିଡ ଯୋଦ୍ଧା ଭାବରେ ଘୋଷଣା କରିବା ସହ ସହିଦର ମାନ୍ୟତା ଦେବା ପାଇଁ ଅନୁରୋଧ କରିଛନ୍ତି ।

ଜଣେ କୋଭିଡ ଯୋଦ୍ଧା ଭାବେ ସମସ୍ତ ମର୍ଯ୍ୟାଦା ଓ ସମ୍ମାନର ସହ ତାଙ୍କର ଶେଷକୃତ୍ୟ କରିବା ପାଇଁ ସେ ଉକ୍ତ ଚିଠିରେ ଉଲ୍ଲେଖ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.