Latest Odisha News

BREAKING NEWS

ନିୟମିତ ଭାବରେ ଡ୍ରଗ୍ସ କିଣୁଥିଲେ କରନ ଜୋହରଙ୍କ ଏହି ସହଯୋଗୀ: NCB

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟ ଖୋଲୁ ଖୋଲୁ ଧୀରେ ଧୀରେ ଫିଟୁଛି ବଲିଉଡର କଳା ଗୁମର । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶୁକ୍ରବାର ଦିନ ଦେଇଥିବା ତଥ୍ୟ ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କ ଅତି ନିକଟତମ ସହଯୋଗୀ ଏବଂ ଧର୍ମା ପ୍ରଡକ୍ସନ୍ସର ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ କ୍ଷିତିସ୍ ରବି ପ୍ରସାଦ ନିୟମିତ ଭାବେ ବିପୁଳ ପରିମାଣର ଡ୍ରଗ୍ସ କିଣନ୍ତି ।

ଶୁକ୍ରବାର ଦିନ NCB କ୍ଷିତିସ୍ ଙ୍କ ଭର୍ସୋଭା ସ୍ଥିତ ବାସଭବନରେ ଚଢ଼ାଉ କରିବା ପରେ ତାଙ୍କୁ ପଚରାଉଚରା ପାଇଁ ନେଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଙ୍କ ଘରୁ ଗଞ୍ଜେଇ ଜବତ କରାଯାଇଛି।

କ୍ଷିତିସ୍ ତାଙ୍କଠାରୁ ଅନେକ ଥର ଡ୍ରଗ୍ସ କିଣିଥିବା କଥା ଡ୍ରଗ୍ସ ବେପାରୀ ଅଙ୍କୁଶ ଅର୍ନେଜା ଏଜେନ୍ସିକୁ କହିବା ପରେ ଏନସିବି କ୍ଷିତିସ୍ ଙ୍କୁ ସମନ ଜାରି କରିଥିଲା।

Leave A Reply

Your email address will not be published.