Latest Odisha News

BREAKING NEWS

ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପୁରୀର ଏହି ଯୁବ କଳାକାର

ପୁରୀ: ଆଇସକ୍ରିମ କାଠିରେ ଗଣେଶଙ୍କ ପ୍ରତିମା ତିଆରି କରି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ପୁରୀର ୧୯ ବାର୍ଷିୟ ଯୁବ କଳାକାର ବିଶ୍ୱଜିତ ନାୟକ। ଏହି ପ୍ରତିମା ତିଆରି କରିବାକୁ ୫୫୭୫ ଟି ଆଇସକ୍ରିମ କାଠିର ବ୍ୟବହାର ହୋଇଥିବା ଜଣାପଡିଛି।

ଆଇସକ୍ରିମ ବାଡିରେ ଭଗବାନ ଗଣେଶଙ୍କ ପ୍ରତିମା ତିଆରି କରି ଏହାକୁ ସମ୍ମାନଜନକ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ କରିଛନ୍ତି ପୁରୀର ଏହି ଯୁବ ପ୍ରତିଭା। ଭଗବାନ ଗଣେଶଙ୍କ ଏହି ମୂର୍ତ୍ତିର ଉଚ୍ଚତା ପାଖାପାଖି ୫୫ ଇଞ୍ଚ ଏବଂ ଲମ୍ବ ୩୩ ଇଞ୍ଚ ରହିଛି । ଏହି ପ୍ରତିମା ଅବିକଳ ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ‘ନାଟ ଗଣେଶ’ଙ୍କ ପରି ପ୍ରତିୟ ହେଉଛି।

ବିଶ୍ୱଜିତଙ୍କ ଏହି କଳାକୁ ସମ୍ମାନ ଜଣାଇ ଏସିଆ ବୁକ୍ ଅଫ୍ ରେକର୍ଡସର ବିଚାରକ ମାନେ ଲେଖିଛନ୍ତି ଯେ, “ଆପଣଙ୍କ ଧର୍ଯ୍ୟ ଓ ପରିଶ୍ରମକୁ ଆମେ ପ୍ରଶଂସା କରୁଛୁ। ତୁମର କୌଶଳକୁ ସ୍ୱୀକୃତି ଦିଆଯାଇଛି ଏବଂ ଏସିଆ ବୁକ୍ ଅଫ୍ ରେକର୍ଡସ ସମ୍ପାଦକୀୟ ବୋର୍ଡ ଦ୍ୱାରା କରାଯାଇଥିବା ଯାଞ୍ଚ ଅନୁଯାୟୀ କେବଳ ସର୍ବୋତ୍ତମ ପ୍ରତିଯୋଗୀଙ୍କୁ ଆମେ ମନୋନୀତ କରିଛୁ”।

ଏହା ପୂର୍ବରୁ ବିଶ୍ୱଜିତ୍ ୨୫୭୫ ଟି ଆଇସକ୍ରିମ୍ କାଠି ବ୍ୟବହାର କରି ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ।

Leave A Reply

Your email address will not be published.