Latest Odisha News

BREAKING NEWS

ବକ୍ସ ଅଫିସର ରେକଡ ଭାଙ୍ଗିଲା ‘ବଡେ ମିୟାଁ ଛୋଟେ ମିୟାଁ’, ପଛରେ ପଡିଲା ‘ମଇଦାନ’

ମୁମ୍ବାଇ: ନିକଟରେ ଅକ୍ଷୟ କୁମାର,ଟାଇଗର ଶ୍ରଫ ଏବଂ ଅଜୟ ଦେବଗନଙ୍କ ଫିଲ୍ମ ରିଲିଜ୍ ହୋଇଥିଲା । ଅକ୍ଷୟ-ଟାଇଗରଙ୍କ ‘ବଡେ ମିୟାଁ ଛୋଟେ ମିୟାଁ’ ଏକ ଆକ୍ସନ୍-ଥ୍ରୀଲର୍ ଫିଲ୍ମ ହୋଇଥିଲା ବେଳେ  ଅନ୍ୟପଟେ ଅଜୟ ଦେବଗନଙ୍କ ‘ମଇଦାନ’ ଏକ ଖେଳାଳିଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଉଭୟ ଫିଲ୍ମ ମଧ୍ୟରେ ବକ୍ସ ଅଫିସରେ ଏକ ବଡ଼ ଧରଣର ସଂଘର୍ଷ ହୋଇଛି। ରବିବାର ଦିନ ବିପୁଳ ରୋଜଗାର କରି ‘ବଡେ ମିୟାଁ ଛୋଟେ ମିୟାଁ’ ମଇଦାନକୁ ପଛରେ ପକାଇଛି । ତେବେ ଆସନ୍ତୁ ଜାଣିବା ଉଭୟ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ କେତେ ସଂଗ୍ରହ କରିଛି ।

ଇଦ୍ ଅବସରରେ ଅକ୍ଷୟ କୁମାର-ଟାଇଗର ଶ୍ରଫଙ୍କ ଫିଲ୍ମ ‘ବଡେ ମିୟାଁ ଛୋଟେ ମିୟାଁ’ ଏବଂ ଅଜୟ ଦେବଗନଙ୍କ ‘ମଇଦାନ’ ପ୍ରେକ୍ଷାଳୟକୁ ଆସିଥିଲା । ଉଭୟ ଚଳଚ୍ଚିତ୍ରର କାହାଣୀ ପରସ୍ପରଠାରୁ ବହୁତ ଭିନ୍ନ ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ଉଭୟ ଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଚାଲିଛି । ଏକ ରିପୋର୍ଟ ଅନୁଯାୟୀ, ‘ବଡେ ମିୟାଁ ଛୋଟେ ମିୟାଁ’ ଚତୁର୍ଥ ଦିନରେ ଅର୍ଥାତ୍ ରବିବାର ଦିନ ପ୍ରାୟ ୯ କୋଟି ଟଙ୍କା ଆୟ କରିଛି। ‘ବଡେ ମିୟାଁ ଛୋଟେ ମିୟାଁ’ ଫିଲ୍ମ ପ୍ରଥମ ଦିନରେ ୧୫.୬୫ କୋଟି ଟଙ୍କାରୋଜଗାର କରିଥିଲା ବେଳେ ଦ୍ୱିତୀୟ ଦିନରେ ଫିଲ୍ମର ସଂଗ୍ରହ ଅଧା ହ୍ରାସ ପାଇ ୭.୬ କୋଟିରେ ପହଞ୍ଚିଥିଲା। କିନ୍ତୁ ଫିଲ୍ମଟି ଶନିବାର ଏବଂ ରବିବାର ଦିନ ଆୟ ଅଧିକ କରିଛି। ଅଜୟ ଦେବଗନ୍ ଙ୍କ ଚଳଚ୍ଚିତ୍ରଟି ମହାନ କୋଚ ସୟଦ ଅବଦୁଲ ରହିମଙ୍କ ଉପରେ ଆଧାରିତ ହୋଇଛି ।ଏହା ଦର୍ଶକ ଏବଂ ସମାଲୋଚକଙ୍କ ପ୍ରଶଂସା ଗ୍ରହଣ କରୁଥିଲେ ମଧ୍ୟ ‘ମଇଦାନ’ ଆଶା ଅନୁଯାୟୀ ବକ୍ସ ଅଫିସରେ ରୋଜଗାର କରିପାରି ନାହିଁ । ରିପୋର୍ଟ ମୂତାବିକ, ‘ମଇଦାନ’ ଚତୁର୍ଥ ଦିନରେ ୬.୨୫ କୋଟି ଟଙ୍କା ଆୟ କରିଛି। ଏବଂ ରବିବାର ଦିନ ଆଶାନୁରୂପକ ରୋଜଗାର କରିଥିବା ବେଳେ ଆଗକୁ ‘ମଇଦାନ’ କେତେ ଚମତ୍କାର ପ୍ରଦର୍ଶନ କରିପାରୁଛି ତାହା ଦେଖିବାକୁ ବାକି ରହିଲା ।

 

 

Leave A Reply

Your email address will not be published.