Latest Odisha News

BREAKING NEWS

ଶ୍ରୀଶ୍ରୀ ଠାକୁର ନିଗମାନନ୍ଦଙ୍କ ନୀଳାଚଳ କୁଟୀର ଶୁଭ ପଦାର୍ପଣ ଶତ ବାର୍ଷିକ ଉତ୍ସବ ପାଳିତ

ପୁରୀ : ଠାକୁର ନିଗମାନନ୍ଦଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ସ୍ଥାନୀୟ ବଗଲା ଧର୍ମଶାଳାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭକ୍ତମାନେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କୁ ଏକ ସୁସଜ୍ଜିତ ରଥ ଶୋଭାଯାତ୍ରାରେ ନାମ ସଂକୀର୍ତନ ସହିତ ନୀଳାଚଳ କୁଟୀରରୁ ବଗଲା ଧର୍ମଶାଳା ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ଓ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା । ଅଧୁବାସ ସଭାରେ ସଙ୍ଘର ସଭ୍ୟ ଅତନୁ ସବ୍ୟସାଚୀ ନାୟକ ଓ ଆସାମ ବଙ୍ଗୀୟ ସାରସ୍ବତ ମଠର ଟ୍ରଷ୍ଟି ମହେଶ୍ବର ସ୍ବାଇଁ ଶ୍ରୀ ଶ୍ରୀ ଠାକୁରଙ୍କ ପୁରୀ ଆଗମନର ମଧୁର ସ୍ମୃତି ଚାରଣ କରିଥିଲେ ।

ଏହି ଅବସରରେ ସ୍ମରଣୀୟ ସ୍ମାରକ ଶତ ବାର୍ଷିକ ମହୋତ୍ସବକୁ ସାଇତି ରଖିବା ପାଇଁ ସଙ୍ଘ ତରଫରୁ ଏକ ସ୍ମରଣିକା ” ଶତାବ୍ଦୀ ସୌରଭ ” ପ୍ରକାଶିତ ହୋଇଛି । ଏହି ସ୍ମରଣିକାରେ ଶ୍ରୀ ଶ୍ରୀ ଠାକୁରଙ୍କର ନୀଳାଚଳ ରହଣିର ବିଶେଷ ଘଟଣା ପ୍ରକାଶିତ ହୋଇଛି ।

ଏହି ସଭାରେ ଦିବ୍ୟ ଜୀବନ ସଙ୍ଘର ଶ୍ରୀମଦ ସ୍ବାମୀ ଶିବ ଚିଦାନନ୍ଦ ମହାରାଜ ସଭାପତିତ୍ୱରେ ଆୟୋଜିତ ସନାତନ ଧର୍ମର ଏହି ମହାନ ଧର୍ମ ସଭାରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦଙ୍କ ଆଦର୍ଶ ଦର୍ଶନ ଓ ଆର୍ଯ୍ୟ ଧର୍ମଧାରା ଉପରେ ଆଲୋଚନା କରାଯାଇଥିଲା । ସଙ୍ଘର ସଭାପତି ସନ୍ତୋଷ କୁମାର ମହାନ୍ତି ଉଦବୋଧନୀ ଅଭିଭାଷଣ ଦେବା ସହିତ ସଙ୍ଘର ପରିଚାଳକ ଶରତ ଚନ୍ଦ୍ର ସିଂ” ଦେଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ଆସାମ ବଙ୍ଗୀୟ ସାରସ୍ବତ ମଠର ପ୍ରତିନିଧି ସ୍ବାମୀ ଅମ୍ଳାନନ୍ଦ ସରସ୍ୱତୀ ମହାରାଜ, ଭାଗବତ ଆଶ୍ରମ, ପୁରୀର ଅଧ୍ୟକ୍ଷ ବ୍ରଜ ଦାସ ମହାରାଜ, ମାନ୍ୟବର ସାଂସଦ ଶୁଭାଷିଶ ଖୁଣ୍ଟିଆ, ମାନ୍ୟବର ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପ୍ରଫୁଲ୍ଲ କୁମାର ମିଶ୍ର, ଉପସଭାପତି, ସର୍ବ ଭାରତୀୟ ବୈଦିକ ସଂଗଠନ, ରାମ ଚନ୍ଦ୍ର ମିଶ୍ର, ସୁଭଦ୍ରା ବାଡ଼ଗ୍ରାହୀ, ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥ ଶର୍ମା ପ୍ରଭୃତି ବିଶିଷ୍ଟ ସାଧୁ, ସନ୍ଥ ଓ ଆଧ୍ୟାତ୍ମିକ ପ୍ରବକ୍ତାମାନେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ନୀଳାଚଳ ସାରସ୍ବତ ସଂଘର ସମ୍ପାଦକ ନରେଶ ଚନ୍ଦ୍ର ପତି କୃତଜ୍ଞତା ଜ୍ଞାପନ କରିଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନୀଳାଚଳ ସାରସ୍ବତ ସଙ୍ଘ, ପୁରୀର ପ୍ରାଣ ପ୍ରତିଷ୍ଠାତା ପରମହଂସ ପରିବ୍ରାଜକାର୍ଯ୍ୟ ସଦଗୁରୁ ଶ୍ରୀମଦ ସ୍ବାମୀ ନିଗମାନନ୍ଦ ସରସ୍ଵତୀ ଦେବ ଏହି ଧାମରେ ନିଜ ଜୀବନର ଶେଷ ବାର ବର୍ଷ କଟାଇଥିଲେ । ସାଧନା ସମୟରେ ଗୁରୁ ସଚ୍ଚିଦାନନ୍ଦ ସରସ୍ୱତୀଙ୍କ ଆଦେଶରେ ଚାରି ଧାମ ଭ୍ରମଣ ଆଦିଷ୍ଟ ହୋଇ ଶେଷରେ ପୁରୀ ଧାମରେ ପହଂଚିଥିଲେ । ଏହି ଧାମର ମହାମନ୍ତ୍ର ହେଉଛି ପ୍ରଜ୍ଞାତ୍ମ ବ୍ରହ୍ମ । ପରିବ୍ରାଜକ ଅବସ୍ଥାରେ ନିଗମାନନ୍ଦ ବଗଲା ଧର୍ମଶାଳାରେ ଅବସ୍ଥାନ କରିଥିଲେ । ଏହି ସମୟରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସମୟରେ ଆକସ୍ମିକ ଭାବରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରାପ୍ତ ହୋଇଥିଲେ । ଏହି ଅନୁଭୂତି ଠାକୁର ନିଗମାନନ୍ଦ ଜୀବନର ଶେଷ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଥିଲା ।

Leave A Reply

Your email address will not be published.