Latest Odisha News

BREAKING NEWS

କଲବଲ କରୁଛି ତାତି; ଦିନ ୧୧.୩୦ ସୁଦ୍ଧା ୩୯ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ଵର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତି ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଆଗାମୀ ୬ ଦିନ ଯାଏଁ ପ୍ରବଳ ତାତି ଅନୁଭୂତ ହେବ । ରାଜ୍ୟରେ ୪ ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ଆଶଙ୍କା ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ, ଭୁବନେଶ୍ୱରରେ ୩୯.୨ ଡିଗ୍ରୀ ରେକର୍ଡ ହୋଇଛି । ଚାନ୍ଦବାଲିରେ ୩୮.୭ ଡିଗ୍ରୀ, ଝାରସୁଗୁଡାରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । କେନ୍ଦୁଝରରେ ୩୮ ଡିଗ୍ରୀ, ହୀରାକୁଦରେ ୩୭.୫ ଡିଗ୍ରୀ, ରାଉରକେଲାରେ ୩୭ ଡିଗ୍ରୀ, ସମ୍ବଲପୁରରେ ୩୬.୮ ଡିଗ୍ରୀ, ଗୋପାଳପୁରରେ ୩୫.୨ ଡିଗ୍ରୀ, ପାରାଦୀପରେ ୩୫ ଡିଗ୍ରୀ, ପୁରୀରେ ୩୪.୫ ଡିଗ୍ରୀ ରେକର୍ଡ ହୋଇଛି ।

ଏଥିସହ ଗ୍ରୀଷ୍ମପ୍ରବାହ ନେଇ ଆଜି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲା କଟକ, ନୟାଗଡ଼, ଢେଙ୍କାନାଳ, ଭଦ୍ରକ ଓ ଯାଜପୁର ।

ରବିବାର ଗଞ୍ଜାମ ପାରଳାଖେମୁଣ୍ଡିରେ ଦିନର ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ରେର୍କଡ କରାଯାଇଛି । ସେହିପରି ମାଲକାନଗିରିରେ ୩୯.୯, ଭୁବନେଶ୍ୱରରେ ୩୯.୬, ଜଗତସିଂହପୁରରେ ୩୯.୫, ଚାନ୍ଦବାଲିରେ ୩୯.୪, ଝାରସୁଗୁଡାରେ ୩୮.୯, ତାଲଚେରରେ ୩୮.୮ ଏବଂ ଯାଜପୁର, ଖୋର୍ଦ୍ଧାରେ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

 

Leave A Reply

Your email address will not be published.