Latest Odisha News

BREAKING NEWS

ବିଏନଏସ୍‌ ଲାଗୁ ହେବାପରେ ବର୍ଷକ ମଧ୍ୟରେ ଏହାର ସୁଫଳ ଅନୁଭୂତ ହୋଇଛି: ଡିଜିପି

କଟକ: କଟକ ପୋଲିସ ମୁଖ୍ୟାଳୟରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ଅପରାଧ ଅନୁସନ୍ଧାନର ସଫଳତା ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି । ୧ ଜୁଲାଇ ୨୦୨୪ରୁ ନୂତନ ଆଇନ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଲାଗୁ ହେବI ପରେ ବର୍ଷକ ମଧ୍ୟରେ ଦଣ୍ଡ ବିଧାନ ହାର ୮୭ ପ୍ରତିଶତରୁ ଅଧିକ ହୋଇପାରିଥିବା ସେ କହିଛନ୍ତି ।

ଡିଜିପି ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି ଯେ, ଗଲା ବର୍ଷକ ଭିତରେ, ରାଜ୍ୟରେ, ୩୬୦ ମାମଲାରେ ତ୍ୱରିତ ଗତିରେ ତଦନ୍ତ ସରି ଦଣ୍ଡବିଧାନ ହୋଇଛି । ଏସବୁ ମାମଲାରେ ୭ ବର୍ଷ ରୁ ଅଧିକ ଦଣ୍ଡ ବିଧାନ କରାଯାଇଛି । ୩ଟି ମାମଲାରେ ଫାଶୀ ଦଣ୍ଡାଦେଶ କରାଯାଇଛି । ଅନେକ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଅନେକ ମାମଲାରେ ୧୦ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ ବିଧାନ କରାଯାଇଛି ।

୨୭ଟି ମାମଲଲାରେ ତ୍ୱରିତ ପଦକ୍ଷେପ ନେଇ ଦଣ୍ଡବିଧାନ କରାଯାଇଥିବାରୁ ସେମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ପୋଲିସ ପଦାଧିକାରୀ ଉପସ୍ଥିତ ରହିଥିଲେ । ୧୦ଟି ଜିଲ୍ଲାର ୨୭ଟି ମାମଲାରେ ତଦନ୍ତକୁ ଅଫିସର୍, ସୁପରଭାଇଜିଂ ଅଫିସର୍, ପବ୍ଲିକ ପ୍ରସେକ୍ୟୁଟର, ଜିଲ୍ଲା ଏସପିଙ୍କୁ ଡକାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଛି ।

ଦୋଷୀଙ୍କୁ ଧରିବା, ମାମଲାର ତଦନ୍ତ କରି ଅଭିଯୋଗ ଫର୍ଦ୍ଦ ଦାଖଲ କରିବାରେ ଜିଲ୍ଲାରେ ତଦନ୍ତକାରୀ ଅଫିସର, ସୁପରଭାଇଶିଂ ଅଫିସର୍ ଏକ ସୁ-ସଂଗଠିତ ଦଳ ଭାବେ କାମ କରିଥିବାରୁ ପୋଲିସ ମହାନିର୍ଦ୍ଦେଶକ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.