Latest Odisha News

ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ‌ବୋର୍ଡର ବଡ଼ ପଦକ୍ଷେପ

କଟକ: ମ୍ୟାଟ୍ରିକ୍ ହେଉ କିମ୍ବା ଦ୍ବାଦଶ ପରୀକ୍ଷା ଅନେକ ସମୟରେ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେଉଥିବା ଘଟଣା ସାମ୍ନାକୁ ଆସୁଛି । ହେଲେ ଏହା ଉପରେ ଏବେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ‌ବୋର୍ଡ । ତେବେ ମାଟ୍ରିକ୍ ପ୍ରଶ୍ନପତ୍ରରେ ଏଣିକି ବାରକୋଡ୍ ରହିବ ।

ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଚଳିତ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମ୍ବରିଂ ବ୍ୟବସ୍ଥା କରାଯିବ । ପ୍ରଶ୍ନପତ୍ରକୁ ନମ୍ବରିଂ କରାଯିବା ସହ ଏଥିରେ ୱାଟର ମାର୍କ ଲାଗିବ । ବାର୍ କୋର୍ଡ ସହ ସିକ୍ୟୁରିଟି କୋର୍ଡ ମଧ୍ୟ ରହିବ । ଫଳରେ ପ୍ରଶ୍ନପତ୍ର କେଉଁଠୁ ଭାଇରାଲ୍‌ ହୋଇଛି ତାହା ଜଣାପଡ଼ିବ ।

ତେବେ ଚଳିତ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବୃଆରୀ ୨୧ ତାରିଖ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ ।

Leave A Reply

Your email address will not be published.