Latest Odisha News

BREAKING NEWS

ବାଲେଶ୍ୱରରେ ବୁଡ଼ିଗଲା ଡ଼ଙ୍ଗା; ଉଦ୍ଧାର ହେଲେ ସମସ୍ତ ଯାତ୍ରୀ

ବାଲେଶ୍ୱର: ‘ଓଡ଼ିଆରଏଫ’ କର୍ମୀଙ୍କ କଠିନ ପରିଶ୍ରମ ତଥା ଉଦ୍ୟମ ଯୋଗୁଁ ସୋମବାର ଦିନ ୨୦ ଜଣ ବ୍ୟକ୍ତି ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ବାଲେଶ୍ୱର ବୁଢାବଳଙ୍ଗ ନଦୀର ହଳଦିଆ ଘାଟରେ ଏକ ଡ଼ଙ୍ଗା ବୁଡ଼ିଯାଇଥିଲା । ତେବେ ଏହି ଘଟଣା ସମ୍ପର୍କରେ ଜାଣି ଓଡ଼ିଆରଏଫ କର୍ମୀ ଯାତ୍ରୀମାନଙ୍କୁ ନଦୀଜଳରୁ ଉଦ୍ଧାର କରି ମୃତ୍ୟୁ ମୁଖରୁ ବଞ୍ଚାଇଛନ୍ତି ।

ଏହି ନଦୀରେ ଏକ ଡ଼ଙ୍ଗା ମାଧ୍ୟମରେ ଯାତ୍ରୀମାନେ ନିକଟସ୍ଥ ନିଜାମପୁର ଗ୍ରାମକୁ ଯାଉଥିଲେ । ସୂଚନା ମିଳିଛି ଯେ, ଏହି ଗ୍ରାମକୁ ଯୋଗାଯୋଗ କରିବାକୁ ଏକ ସେତୁ ନିର୍ମାଣାଧିନ ଅବସ୍ଥାରେ ପଡ଼ି ରହିଛି ।

ଏହି ଦୁର୍ଘଟଣାର ସଠିକ୍ କାରଣ ଜଣା ପଡ଼ିନଥିଲେ ମଧ୍ୟ ଡ଼ଙ୍ଗାଟି ଅତ୍ୟଧିକ ଯାତ୍ରୀ ବହନ କରିଥିବା ଯୋଗୁଁ ଏହା ନଦୀରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ।

Leave A Reply

Your email address will not be published.