Latest Odisha News

BREAKING NEWS

ବେଆଇନ୍ କିଡ଼ନୀ ପ୍ରତ୍ୟାରୋପଣ: ଆପୋଲୋ ହସ୍ପିଟାଲ୍ସର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ‘ଏନଏଚଆରସିି’ର ନିର୍ଦ୍ଦେଶ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ସରେ ବେଆଇନ୍ ଭାବେ କିଡ଼ନୀ ପ୍ରତ୍ୟାରୋପଣ ହେଉଥିବା ଅଭିଯୋଗରେ ଏହି ଘରୋଇ ହସ୍ପିଟାଲର ରେଜିଷ୍ଟ୍ରେସନ ରଦ୍ଦ କରିବାକୁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ରବିବାର ଦିନ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ।

ଏନେଇ ଏକ ନୋଟିସରେ ଉଲ୍ଲେଖ ରହିଛି ଯେ, ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି ଯେ, ଆପୋଲୋ ହସ୍ପିଟାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ୟୁ/ଏସ ୧୬ ମାନବ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ପ୍ରତ୍ୟାରୋପଣ ଆକ୍ଟ ୧୯୯୪ ଅନୁଯାୟୀ, ଆସନ୍ତା ୬ ସପ୍ତାହ ମଧ୍ୟରେ ଏହାକୁ ରଦ୍ଦ କରିବାକୁ କମିଶନ ନିର୍ଦ୍ଦେଶ ଦେଉଛନ୍ତି ।

ଏନେଇ ଘଟିତ ଏକ ମାମଲାରେ ପୀଡ଼ିତ ଅନୀଲ କୁମାର ସ୍ୱାମୀଙ୍କୁ ଓଡ଼ିଶା ସରକାର ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଏନଏଚଆରସି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ବରଗଡ଼ର ଅନୀଲ କୁମାର ସ୍ୱାମୀ ନାମକ ଜଣେ ବ୍ୟକ୍ତି ତାଙ୍କ କିଡ଼ନୀ କାଢି ନିଆଯାଇଥିବା ନେଇ ଏକ ମାମଲା ରୁଜୁ କରିଥିଲେ । ସେହି ବରଗଡ଼ ସହରର ରାଘବରାମ ଦୋରା ନାମକ ଜନୈକ ବ୍ୟକ୍ତି ଚଞ୍ଚକତା କରି ତାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କର କିଡ଼ନୀ ପ୍ରତ୍ୟାରୋପଣ କରିଥିଲେ ।

ଏହି ଘୃଣ୍ୟ କାର୍ଯ୍ୟ ଲାଗି ଆପୋଲୋ ହସ୍ପିଟାଲକୁ ଜାତୀୟ ମାନବାଧିକାର କମିଶନ ଭତ୍ସନା କରିବା ସହିତ ସମ୍ପୂର୍ଣ୍ଣ ଭାବେ ଦାୟୀ କରି ଏହି ହସ୍ପିଟାଲ ବିରୋଧରେ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.