Latest Odisha News

BREAKING NEWS

ସିଲେରୁ ନଈରେ ଡଙ୍ଗା ବୁଡ଼ି ଘଟଣା, ନିଖୋଜ ୨ ଜଣଙ୍କ ମୃତଦେହ ଠାବ

ମାଲକାନଗିରି: ଚିତ୍ରକୋଣ୍ଡା ସିଲେରୁ ନଦୀରେ ଡଙ୍ଗା ବୁଡ଼ି ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ପାଇଛି । ଗତକାଲି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ଥିଲେ । ଗତକାଲି ମୃତ୍ୟୁବରଣ କରିଥିବା ୬ ଜଣଙ୍କ ମଧ୍ୟରେ ୫ ଜଣ ଶିଶୁଙ୍କ ସହ ଜଣେ ମହିଳା ଥିଲେ।

ଗତ ୬ ମାସ ତଳେ ଗୁଣ୍ଠାବେଡା ଓ କନ୍ଧଗୁଡା ଗାଁର ୪୪ ଜଣ ଶ୍ରମିକ କାମ କରିବାକୁ ତେଲଙ୍ଗାନା ଯାଇଥିଲେ । ସଙ୍ଗାରେଡ୍ଡୀ ଜିଲ୍ଲାରା କାମ କରୁଥିଲେ । ସେଠାରେ ଲକଡାଉନ୍ ପରେ ମାଲକାନଗିରି ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଛି ।  ଘରକୁ ଫେରିବା ଲାଗି ପ୍ରବାସୀ ଶ୍ରମିକ ସିଲେରୁ ନଦୀର ଏହି ଚୋରା ରାସ୍ତାକୁ ବାଛିଥିଲେ । ଅଧ ରାତିରେ ୨ଟି ଦେଶୀ ଡଙ୍ଗାରେ ପ୍ରଥମେ ୩୩ ଜଣ ଲୋକ ନଈ ପାରି ହେବା ପରେ ପୁନର୍ବାର ଆଉ ୧୧ ଜଣଙ୍କୁ ପାରି କରିବା ସମୟରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା ।

୧୧ ଜଣଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଚାଲି ଆସିଥିବା ବେଳେ ୮ ଜଣ ନିଖୋଜ ହୋଇ ଯାଇଥିଲେ ।  ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଚିତ୍ରକୋଣ୍ଡା ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଗତକାଲି ୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜି ୨ ଜଣଙ୍କ ମୃତଦେହ ମିଳିଛି ।

Leave A Reply

Your email address will not be published.