Latest Odisha News

BREAKING NEWS

ଝାଡଖଣ୍ଡ ଓ ଛତିଶଗଡରେ ହେଉଛି ଭାରୀ ପରିମାଣର ଟିକା ନଷ୍ଟ

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାର ଘୋର ଅଭାବ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ଦେଶର କିଛି ସ୍ଥାନରେ ବହୁ ପରିମାଣର ଟିକା ଅପଚୟ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

BjdElectrycity

କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଝାଡଖଣ୍ଡ ଏବଂ ଛତିଶଗଡରେ ପ୍ରାୟ ୩୦ ପ୍ରତିଶତ ଟିକା ନଷ୍ଟ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ୩୭ ପ୍ରତିଶତରୁ ଅଧିକ ଟିକା ଝାଡଖଣ୍ଡରେ ଅପଚୟ ହୋଇଥିବାବେଳେ ଛତିଶଗଡରେ ରହିଛି ୩୦.୨ ପ୍ରତିଶତ।

ତାମିଲନାଡୁରେ ଏହି ଟିକା ଅପଚୟ ୧୫.୫ ପ୍ରତିଶତ, ଜାମ୍ମୁ କାଶ୍ମୀରରେ ୧୦.୮ ପ୍ରତିଶତ, ମଧ୍ୟପ୍ରଦେଶରେ ୧୦.୭ ପ୍ରତିଶତ ଥିବାବେଳେ ଟିକାକରଣର ଜାତୀୟ ହାର ୬.୩ ପ୍ରତିଶତ ରହିଛି। ଟିକା ଅପଚୟକୁ ଏକ ପ୍ରତିଶତରୁ କମ୍ ରଖିବାକୁ ମନ୍ତ୍ରଣାଳୟ ଅନୁରୋଧ କରିଛି।

ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି ଯେ ସୁସ୍ଥ ହାର ବର୍ତ୍ତମାନ ୮୯.୬୬ ପ୍ରତିଶତକୁ ବୃଦ୍ଧି ପାଇଛି। ସାପ୍ତାହିକ ପଜିଟିଭିଟି ହାର ୧୧.୪୫ ପ୍ରତିଶତ ରହିଥିବା ବେଳେ, ଦୈନିକ ପଜିଟିଭିଟି ହାର ୯.୪୨ ପ୍ରତିଶତ ରହିଛି।

Leave A Reply

Your email address will not be published.